Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ ଲକ୍ଷ ଟଙ୍କା ଅନୁଦାନ

Rashmita Mishra
Browse all articles by Rashmita Mishra
·1 year ago·2 min read
ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ ଲକ୍ଷ ଟଙ୍କା ଅନୁଦାନ

Key Points

ଏବର୍ଷ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀର ହେବ ଆହୁରି ଭବ୍ୟ ଆୟୋଜନ
ରାଜ୍ୟ ସରକାର ଘୋଷଣା କଲେ ୧ କୋଟି ୮ ଲକ୍ଷ ଟଙ୍କାର ଅନୁଦାନ
ରାଜ୍ୟ ସରକାରଙ୍କ ତତ୍ପରତା ଓ ଅନୁଦାନକୁ ସମ୍ବଲପୁରବାସୀଙ୍କ ସ୍ବାଗତ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଜଣାଇଲେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ

ଚଳିତ ବର୍ଷ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଅଧିକ ଭବ୍ୟ ଓ ଦିବ୍ୟ ଆୟୋଜନ ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏଥିପାଇ ରାଜ୍ୟ ସରକାର ପକ୍ଷରୁ ୧ କୋଟି ୮ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କୁ ପକ୍ଷରୁ ପ୍ରଥମ ଥର ପାଇଁ ଶୀତଳଷଷ୍ଠୀ ଲାଗି ଏତେବଡ ଅନୁଦାନ ଦିଆଯାଇଛି । ତା ସହିତ ଶୀତଳ ଷଷ୍ଠୀ ପାଇଁ ସରକାର ରାଜ୍ୟ ଓ ରାଜ୍ୟ ବାହାରୁ ସାଂସ୍କୁତିକ ଦଳ ମଧ୍ୟ ଯୋଗାଇଦେବେ । ଏହାକୁ ନେଇ " X" ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ଏହି ଆର୍ଥିକ ଅନୁଦାନ ସମ୍ବଲପୁରର କଳା, ସଂସ୍କୃତି ଓ ପାରମ୍ପରିକ ପର୍ବକୁ ଉଜାଗର କରିବାରେ ବିଶେଷ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମଙ୍ଗଳବାର ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ ମଧ୍ୟ ଜିଲ୍ଲାପ୍ରଶାସନ ସହ ଶୀତଳ ଷଷ୍ଠୀ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି ।

୩ ମାସ ପୁର୍ଵରୁ ହିଁ ଶୀତଳ ଷ୍ଠଷ୍ଠୀର ଭବ୍ୟ ଆୟୋଜନା ପାଇଁ ତତ୍ପରତା ଦେଖାଇଥିଲେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବସ୍ତରୀୟ ଆୟୋଜନ ପାଇଁ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ନେଇ ଜିଲ୍ଲାପ୍ରଶାସନ ଓ ଶୀତଳ ଷଷ୍ଠୀ କମିଟି ସହ ପ୍ରଥମ ବୈଠକ କରିଥିଲେ ଧର୍ମେନ୍ଦ୍ର। ଗତ ମାର୍ଚ୍ଚ ମାସରେ ସଂସ୍କୁତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିଭାଗୀୟ ସଚିବଙ୍କ ସହ ସମ୍ବଲପୁର ଆସି ଜିଲ୍ଲାପ୍ରଶାସନ ସହ ବୈଠକ କରିଥିଲେ । କଟକ ବାଲିଯାତ୍ରା ଢାଞ୍ଚାରେ ସମ୍ବଲପୁରର ପ୍ରବେଶ ପଥରେ ତୋରଣ ନିର୍ମାଣ ନେଇ ନିଷ୍ପତି ହୋଇଥିଲା । ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ହେବାକୁ ଥିବା ଏହି ତୋରଣରେ ଐତିହ୍ୟ ଓ ପରମ୍ପରା ଛାପା ଦେଖିବାକୁ ମିଲିବ । ସେପଟେ ସମସ୍ତ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ଥାଳ ଉଠା ପରମ୍ପରା ସମ୍ପନ୍ନ ହୋଇସାରିଥିବା ବେଳେ । ରାଜ୍ୟ ସରକାରଙ୍କ ଅନୁଦାନ ଓ ତତ୍ପରତାକୁ ସ୍ବାଗତ କରିଛନ୍ତି ସମ୍ବଲପୁରବାସୀ।

ରାଜ୍ୟସରକାରଙ୍କ ଅନୁଦାନ ପରେ ଏଥର ଶୀତଳଷ୍ଠୀ ପାଇଁ ସମ୍ବଲପୁର ସହରରେ ବ୍ୟାପକ ସାଜସଜ୍ଜା ପାଇଁ ଯୋଜନା କରିଛି ଜିଲ୍ଲା ପ୍ରଶାସନ। ତାଛଡ଼ା ଏବର୍ଷ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସ୍ବତନ୍ତ୍ର ଅନୁଦାନ ମିଲିବ ବୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1-crore-8-lakh-rupees-grant-for-sambalpur-famous-puja-sitala-sasthi | Argus News