ମାର୍ଚ୍ଚ ୩୧ ପରେ 'ସୁଭଦ୍ରା' ୱାନ୍ ଟୁ ୱାନ୍ ସର୍ଭେ, ରାକ୍ଷୀ ପୂର୍ଣ୍ଣିମାରେ ଦ୍ଵିତୀୟ କିସ୍ତି ପାଇବେ ବଞ୍ଚିତ ହିତାଧିକାରୀ

ଭୁବନେଶ୍ଵର: ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' କିସ୍ତି । ଦ୍ଵିତୀୟ କିସ୍ତି ପାଇବାରୁ ୧ ଲକ୍ଷ 'ସୁଭଦ୍ରା' ହିତାଧିକାରୀ ବଞ୍ଚିତ ହେବା ପରେ ଏ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ କହିଛନ୍ତି, ଲକ୍ଷେ ମହିଳା 'ସୁଭଦ୍ରା' ଦ୍ଵିତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି, ଏଥିପାଇଁ ଆମେ ଚିନ୍ତିତ ଅଛୁ ।
କିନ୍ତୁ, ହଠାତ୍ ରାସନ କାର୍ଡ ଫେରାଉଥିବା ଲୋକ 'ସୁଭଦ୍ରା' ଫେରାଉଛନ୍ତି । କହୁଛନ୍ତି, ଆମର ଆୟ ବଢ଼ିଛି । ଆୟ ଏବଂ ରାସନ କାର୍ଡ ମଧ୍ୟରେ ତାଳମେଳ ଅଭାବରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ 'ସୁଭଦ୍ରା' ଆବେଦନ କରି ପାରିବେ । ଯେଉଁମାନଙ୍କ ବୟସ ଆଜି ସୁଦ୍ଧା ୨୧ ବର୍ଷ ହୋଇଥିବା ସେମାନେ ଆବେଦନ କରି ପାରିବେ ।
ମାର୍ଚ୍ଚ ୩୧ ପରେ ହେବ ୱାନ୍ ଟୁ ୱାନ ସର୍ଭେ କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ଵିତୀୟ କିସ୍ତି ପାଇବେ । କିଛି ମହିଳା ଗାଡ଼ି କିଣିଛନ୍ତି । ୫ ଏକର ଜମି ନ ଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି । ଏ ସମସ୍ତ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
📱 Get Argus News App
✨
ଏହା ପୂର୍ବରୁ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ 'ସୁଭଦ୍ରା' ହିତାଧିକାରୀଙ୍କ ଆକାଉଣ୍ଟକୁ ଦ୍ଵିତୀୟ କିସ୍ତି ମିଳିଥିଲା । ଦ୍ଵିତୀୟ କିସ୍ତିରେ 'ସୁଭଦ୍ରା' ହିତାଧିକାରୀଙ୍କ ଖାତାକୁ ଯାଇଥିଲା ୫ ହଜାର ଲେଖାଏଁ ଟଙ୍କା । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରୁ ଦ୍ଵିତୀୟ କିସ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଟିଏରୁ ଅଧିକ ମହିଳାଙ୍କୁ ଦ୍ଵିତୀୟ କିସ୍ତି 'ସୁଭଦ୍ରା' ମିଳିଥିଲା ।