Videos
|
Odisha

ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ

୧୦ ଜଣ ବାଂଲାଦେଶୀ ଗିରଫ । ଗିରଫ କଲା କ୍ରାଇମବ୍ରାଞ୍ଚ STF । ଗିରଫ ବାଂଲାଦେଶୀଙ୍କ ମଧ୍ୟରୁ ଜଣେ ନାବାଳିକ ଥିବା ସୂଚନା ରହିଛି । ଭୁବନେଶ୍ବର ରେଲୱେ ଷ୍ଟେସନରୁ ଗିରଫ କରିଛି STF । ବିନା ଭିଶା ଏବଂ ପା୍ସପୋର୍ଟ ରେ ଓଡ଼ିଶାରେ ରହୁଥିଲେ ଏହି ବାଂଲାଦେଶୀ । ଆସାମରୁ ପଶ୍ଚିମବଙ୍ଗ ଏବଂ ଓଡିଶା ଦେଇ ବ୍ୟାଙ୍ଗଲୋର ଯାଉଥିଲେ ।ବେଆଇନ ଭାବରେ ବାଂଲାଦେଶରୁ ଭାରତ କୁ ପ୍ରବେଶ କରୁଥିଲେ । ତେବେ ଏସଟିଏଫ ଏହି ବାଂଲାଦେଶୀଙ୍କୁ ଗିରଫ କରି ଟଙ୍କା ଏବଂ ନକଲି ଆଧାରକାର୍ଡ଼ ସହ 7ଟି ମୋବାଇଲ, ଭାରତୀୟ ଟଙ୍କା ଜବତ କରାଯାଇଛି ।


ପୂର୍ବରୁ କଟକରେ ଏକ ବାଂଲାଦେଶୀ ମହିଳାକୁ ଗିରଫ କରିଥିଲା ପୋଲିସ । ଭାରତକୁ ବେଆଇନ ଭାବେ ପଶୁଥିବା ବାଂଲାଦେଶୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସ କବଳରୁ ବଞ୍ଚିବା ପାଇଁ ବାଂଲାଦେଶୀ ମାନେ ବିଭିନ୍ନ ବେଶ ବଦଳାଇ ଭାରତରେ ରହୁଛନ୍ତି। ସେମାନେ ସେକ୍ସ ରାକେଟ, ନାଇଟ କ୍ଲବ, ହୁକାବାର ଭଳି ବେଇନ ଧନ୍ଦାକୁ ଚଲାଉଛନ୍ତି । ତେବେ ଏହା ଉପରେ କଡା ନଜର ରଖୁଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10 Bangladesi arrested from Bhubaneswar railway station | Argus News