NAAC ରାଙ୍କିଂ ବଢ଼ାଇବାକୁ ଲାଞ୍ଚ ନେଇ ୧୦ ଗିରଫ

ଅର୍ଗସ ବ୍ୟୁରୋ: ନାକ୍ ମାନ୍ୟତା ବୃଦ୍ଧି ପାଇଁ ଲାଞ୍ଚ । ଏନେଇ ସିବିଆଇ ଟିମ୍ ସମ୍ବଲପୁର ସହ ୨୦ଟି ସ୍ଥାନରେ ଚଢଉ କରିଛି । ଲାଞ୍ଚ ନେବା ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଜଣେ ପ୍ରଫେସର ରହିଛନ୍ତି । ସେ ନାକ୍ ଟିମର ସଦସ୍ୟ ଅଛନ୍ତି । ସିବିଆଇ ଟିମ୍ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଥିଲେ ।
ଦୀର୍ଘ ସମୟ ଧରି ଯାଂଚ ପରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସରଙ୍କୁ ଗିରଫ କରିଛନ୍ତି ସିବିଆଇ ଅଧିକାରୀ । ବିଶ୍ବ ବିଦ୍ୟାଳୟରେ ଥିବା ପ୍ରଫେସରଙ୍କ ଘର ବିଲମ୍ବିତ ରାତିରେ CBI ଟିମ ପହଞ୍ଚି ସିଲ କରିବା ନୋଟିସ ଜାରି କରିଛନ୍ତି । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସ୍ଥିତ ଏକ ଶିକ୍ଷାନୁଷ୍ଠାନର ନାକ୍ ମାନ୍ୟତା ବଢାଇବାକୁ ୧୦ଜଣ ସଦସ୍ୟ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସିବିଆଇ ଟିମ୍ ଚଢଉ କରି ସ୍ୱର୍ଣ୍ଣ ଅଳଙ୍କାର ସହ ୩୭ଲକ୍ଷ ଟଙ୍କା, ମୋବାଇଲ ଓ ୬ଟି ଲାପଟପ୍ ଜବତ କରିଛି ।