10 ବଡ଼ ଖବର ସଂକ୍ଷେପରେ...

୧- ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା .... ବିଶ୍ବରେ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶ ଆଗକୁ ଆସିବେ ... ମୋଦି କହିଲେ ଭାରତ ଶାନ୍ତିର ପକ୍ଷଧାର, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ …୨୦୩୦ ସୁଦ୍ଧା ବାଣିଜ୍ୟିକ ସମ୍ପର୍କ ୫୦୦ ବିଲିୟନ ଡଲାର ପାର କରିବାକୁ ପାଇଁ ଟାର୍ଗେଟ୍ … ମୋଦିଙ୍କୁ ଗ୍ରେଟ୍ ଲିଡର କହିଲେ ଟ୍ରମ୍ପ୍ …
୨- ଅନ୍ୟ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀମାନଙ୍କୁ ୱାସିଂଟନରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ମନ୍ତବ୍ୟ... କହିଲେ, ବେଆଇନଭାବେ ରହୁଥିଲେ, ଆଇନଗତ ନାହିଁ କୌଣସି ଅଧିକାର... ସେମାନଙ୍କୁ ଭାରତ ନେବାକୁ ପ୍ରସ୍ତୁତ... ଏ ଦିଗରେ ମିଳିତ ଭାବେ ଭାରତ-ଆମେରିକାର ପ୍ରୟାସ ରହିବା ଉଚିତ...
୩- ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ... ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, କ୍ରୀଡା ବିଭାଗର ରହିଛି ପ୍ରଶ୍ନକାଳ... ଗୃହରେ ଉଠିପାରେ ଆଇନ ଶୃଙ୍ଖଳା ପରିସ୍ଥିତି, ରାସନକାର୍ଡ ଅବ୍ୟବସ୍ଥା, କୋଟିଆ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ... ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ହେବ ଧନ୍ୟବାଦ ପ୍ରସ୍ତାବ ଆଲୋଚନା
୪- ଆଜି ବସିବ ରାଜ୍ୟ ବିଜେପି କୋର କମିଟି ବୈଠକ... ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ସକାଳ ୧୧ଟାରେ ବସିବ ବୈଠକ…. ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ କୋର କମିଟିର ସମସ୍ତ ସଦସ୍ୟ ରହିବେ ଉପସ୍ଥିତ... ରାଜ୍ୟର ସାଂଗଠନିକ ସ୍ଥିତି ନେଇ ହେବ ଆଲୋଚନା...
୫- ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ ....ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ. ବିରେନ ସିଂହ .... ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବୀରେନ ଦେଇଥିଲେ ଇସ୍ତଫା... ମଣିପୁରରେ ହିଂସାକୁ ନେଇ ବିବାଦରେ ଥିଲେ ବୀରେନ ସରକାର....
୬- ପୁଲୱାମା ଆକ୍ରମଣକୁ ଆଜି ପୁରିଲା 6 ବର୍ଷ... ସାରା ଦେଶ ପାଳୁଛି ବ୍ଲାକ୍ ଡେ... ୨୦୧୯ ଫେବ୍ରୁଆରୀ ୧୪ରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ... କହିଲେ ଯବାନଙ୍କ ଦେଶ ପାଇଁ ସେବା ଓ ଆତ୍ମବଳୀ ଚିରସ୍ମରଣୀୟ ହୋଇ ରହିବ...
୭- ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଲେ ଭିକି କୌଶଲ...ନିକଟରେ ତାଙ୍କ ମୁଭି ଛାବା ରିଲିଜ ହୋଇଛି
୮- ଫେବ୍ରୁଆରୀରୁ କାଟିଲାଣି ଖରା… ତିନିଦିନ ଭିତରେ ତାପମାତ୍ରା ବଢ଼ିଲାଣି ୩ ଡିଗ୍ରୀ… ଚଳିତ ବର୍ଷ ପ୍ରଥମଥର ଲାଗି ପେବ୍ରୁଆରୀରେ ରାଜଧାନୀ ତାପାମାତ୍ରା ୩୫ ଟପିଲା… ପାଣିପାଗ ବିଭାଗ ଆକଳନ ଓଡ଼ିଶା ଉପୂକଳକୁ ଗୁରୁଚାପ ବଳୟ କବ୍ଜା କରିଛି... ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନ ହୋଇଛି ଅବରୋଧ… ଫଳରେ ବଢୁଛି ତାତି…
୯- ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ ସିଙ୍ଗର ବିଶାଲ ଦଦଲାନି ......ବାତିଲ୍ ହେଲା ଗାୟକଙ୍କ ପୁନେରେ ଥିବା କନସର୍ଟ
୧୦- ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରିଜଣଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି। ଏଥିରେ ଭାରତର ପୂର୍ବତନ କ୍ରିକେଟର ଶିଖର ଧାଓ୍ଵନଙ୍କ ନାଁ ସାମିଲ। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଭାରତର ଶିଖର ଧାଓ୍ଵନ, ପାକିସ୍ତାନର ସରଫରାଜ ଅହମ୍ମଦ, ଅଷ୍ଟ୍ରେଲିଆର ସେନ ଓ୍ଵାଟସନ ଓ ନ୍ୟୁଜିଲାଣ୍ଡର ଟିମ୍ ସାଉଦିଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷିତ କରାଯାଇଛି