ବଜେଟକୁ ନେଇ ୧୦ ବଡ଼ ଖବର ସଂକ୍ଷେପରେ

1- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହେବ। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
2- ଆଉ ମାତ୍ର କିଛି ସମୟର ଅପେକ୍ଷା....ଆସିବ କେନ୍ଦ୍ର ବଜେଟ୍ 2025....ଅର୍ଥମନ୍ତ୍ରୀ ସୀତାରମଣଙ୍କ ପେଡ଼ିରେ କଣ ରହିଛି ସମସ୍ତଙ୍କ ନଜର...ମୋଦି ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଲୋକାଭିମୁଖୀ ହୋଇଥିବା ଆଶା... ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ...
3- ରାଷ୍ଟ୍ରପତି ଭବନରେ ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପହଞ୍ଚିଛନ୍ତି। ବଜେଟ୍ ଆଗତ ପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ଭେଟି ଏଥିପାଇଁ ଅନୁମତି ମାଗିଛନ୍ତି.... ଦିନ ୧୧ଟାରେ ସଂସଦରେ ଉପସ୍ଥାପନ ହେବ ବଜେଟ....ଏହି ବଜେଟକୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
4- ଦରଦାମ କମିବା ନେଇ ବଜେଟରେ କଣ ନିଆଯାଇଛି ପଦକ୍ଷେପ ତା ଉପରେ ସମସ୍ତଙ୍କ ନଜର....ହାଲକା ହୋଇପାରେ ମଧ୍ୟବିତ୍ତ ଓ ବେତନଭୋଗୀଙ୍କ ଆୟକର ବୋଝ....ଚାଷୀ ଓ ଶିଳ୍ପ ଜଗତ ବି ରଖିଛନ୍ତି ଅନେକ ଆଶା....ନିଯୁକ୍ତି ଏବଂ ଭିତ୍ତିଭୂମିର ବିକାଶକୁ ମିଳିପାରେ ଗୁରୁତ୍ବ....
5- ରେଳ ବିଭାଗରେ ଏଥର ନୂଆ ଟ୍ରେନ ସାମିଲ କରାଯିବାର ସମ୍ଭାବନା....ଶତାଧିକ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ....ରେଲୱେର ଭିତ୍ତିଭୂମି ବିକାଶ ପାଇଁ ବି ହୋଇପାରେ ଅଧିକ ବ୍ୟୟବରାଦ....
6- ଓଡ଼ିଶା ପାଇଁ ନିର୍ମଳାଙ୍କ ପେଡ଼ିରେ କଣ ଅଛି.....ରେଳକ୍ଷେତ୍ରରେ ଅଧିକ ଅନୁଦାନର ଆଶା ରଖିଛନ୍ତି ରାଜ୍ୟବାସୀ...ଟ୍ରେନ ଚାଲୁ ନ ଥିବା ଜିଲ୍ଲାରେ ନୂଆ ପ୍ରକଳ୍ପର ରହିଛି ସମ୍ଭାବନା….ଇନଫ୍ରାଷ୍ଟ୍ରକଚର୍ ଡେଭଲପମେଣ୍ଟ ଓ ପର୍ଯ୍ୟଟନର ବିକାଶ ପାଇଁ ବି ବଡ଼ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର....
7- ବଜେଟ ପୂର୍ବରୁ କମିଲା ଗ୍ୟାସ ସିଲିଣ୍ଡର ଦର... 7 ଟଙ୍କା କମିବା ପରେ ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ଏବେ ୧୭୯୭ ଟଙ୍କା... ପୂର୍ବରୁ ସିଲିଣ୍ଡର ପିଛା ଥିଲା ୧୮୦୪ଟଙ୍କା...
8- ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି....ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି.....ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି.....ୱାଶିଂଟନର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ଜେଟ ଏବଂ ଏକ ସାମରିକ ହେଲିକପ୍ଟର ମଧ୍ୟରେ ଧକ୍କା ହେବାର ମାତ୍ର ଦୁଇ ଦିନ ପରେ ଏହି ଦୁର୍ଘଟଣା ଘଟିଛି
9- ପୁଣି କୁହୁଡ଼ିର ଚାଦର ଘୋଡ଼େଇ ହେଲା ଦିଲ୍ଲୀ.....ଶନିବାର ସକାଳେ ଦିଲ୍ଲୀ ଏବଂ ଏନସିଆରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଯାହା ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଓ ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
10- ଏବେଠାରୁ ତାଉ ଦେଖାଇଲାଣି.....ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ । ପାରଦ ୩୪ ଡିଗ୍ରୀ ସେଲସିୟସ୍ ପାର୍....ଆଗକୁ ଛଟପଟ କରିଦେବ ଜନଜୀବନ । ସାରା ଓଡ଼ିଶା ଜଳିବ । ଗରମ ବାମ୍ଫରେ ଭାଜି ହେବ ଉପକୂଳ ଓଡ଼ିଶା.....ଏଭଳି ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନ ସଂସ୍ଥା