ଦେଶ ଦୁନିଆର ୧୦ ବଡ଼ ଖବର ସଂକ୍ଷେପରେ...

1- ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ... ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ମାନ୍ୟତା … ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ... ରାଜଭବନ ସ୍ଥିତ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
2- ଆଜି ଠାରୁ ବଦଳିଯିବ ବହୁ ନିୟମ...ଆୟକରଠାରୁ ଆରମ୍ଭ କରି ୟୁପିଆଇ, କ୍ରେଡିଟକାର୍ଡ...ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଦେବାକୁ ପଡିବ ନାହିଁ ଆୟକର...ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ବଦଳିବ...ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ କରାଯାଇପାରିବନି ୟୁପିଆଇ
3- ଭୁବନେଶ୍ଵର ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ପାଳିତ ହେଉଛି ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ... ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ପୋଲିସ କମିଶନର ... ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା ପୋଲିସ
4- ଆଜି ସଂସଦରେ ଉପସ୍ଥାପିତ ହେବ ୱାକଫ୍ ସଂଶୋଧନ ବିଲ୍... ସରକାରଙ୍କ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି... ଚଳିତ ଅଧିବେଶନରେ ହିଁ ବିଲ୍ ପାସ୍ କରିବାକୁ ଚେଷ୍ଟା କରିବେ ସରକାର…
5- ଓଡ଼ିଶା ଦିବସରେ ନୂଆଦିଲ୍ଲୀ ହାଉସଖାସ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା.....ଆଗାମୀ ବର୍ଷ ଠୁ ଦିଲ୍ଲୀ ସରକାର ଙ୍କ ତରଫରୁ ପ୍ରତିବର୍ଷ ଓଡ଼ିଶା ଦିବସ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଙ୍କ ଘୋଷଣା।
6- ମହାକାଶରୁ ଫେରିବା ପରେ ସୁନୀତି ୱିଲିୟମ୍ସଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ... କହିଲେ ମହାକାଶ ଯାତ୍ରା ଥିଲା କଷ୍ଟକର .. ସେପଟେ ମହାକାଶ ଗବେଷଣାରେ ଭାରତର ଭୂମିକାକୁ କଲେ ପ୍ରଶଂସା
7- ସୁଭଦ୍ରା ଓ ଧାନରେ ଇନପୁଟ୍ ସବସିଡି ସଶକ୍ତ କରିବ ଓଡ଼ିଶା ଅର୍ଥନୀତି … ବଢିବ ରାଜ୍ୟବାସୀଙ୍କ କ୍ରୟ ଶକ୍ତି, ଓଡ଼ିଶା ବଜାରକୁ ଆସିବ ନଗଦ ଟଙ୍କା … ବଢିବ ଲୋକଙ୍କ ମୁଣ୍ଡ ପିଛା ଆୟ, ଓଡ଼ିଶା ଅର୍ଥନୀତି ହେବ ଉପର ମୁହାଁ …
8- ତାତିରେ ଲାଗିବ ବ୍ରେକ ...କାଳବୈଶାଖୀ ଆଣିବ ଆଶ୍ୱସ୍ତି ... ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ... ଝଡ ପବନ ସହ କିଛି ସ୍ଥାନରେ ହୋଇପାରେ କୁଆ ପଥର ବର୍ଷା
9- ପୁଣି ପ୍ରେମରେ ପଡ଼ିଛନ୍ତି ବଲିଉଡ୍ ହଟ୍ ଷ୍ଟର୍ ମଲାଇକା ଆରୋରା। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକ୍ଅପ୍ ପରେ ମଲାଇକା ଜଣେ କ୍ରିକେଟର୍ଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଏକ ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା।
10- ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବଲା ହୋଇଥିଲା....କୋଲକାତା ନାଇଟ୍ ରାଇଡର୍ସକୁ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ । ୧୧୭ ରନ୍ ଟାର୍ଗେଟକୁ ସହଜରେ ଜିତି ନେଇଛି ଏମଆଇ.....ଦୁଇଟି ମ୍ୟାଚ୍ ହାରିବା ପରେ ଚଳିତ ସିଜିନରେ ବିଜୟ ଖାତା ଖୋଲିଛି ଦଳ