Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନବେଳର ୧୦ ବ୍ରେକିଂ ନ୍ୟୁଜ ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ଦିନବେଳର ୧୦ ବ୍ରେକିଂ ନ୍ୟୁଜ ସଂକ୍ଷେପରେ

୧- ରାଜଧାନୀରେ ଡବଲ୍ ଏନକାଉଣ୍ଟର... ପୋଲିସ ଗୁଳିରେ ଆହତ ଦୁଇ ବିହାରୀ ଲୁଟେରା... ଚୋରି ବାଇକରେ ସୁନା ଚେନ୍ ଲୁଟି ପୁଣି ଫେରିଯାଉଥିଲେ ବିହାର... ଅପରାଧୀଙ୍କୁ ପୋଲିସ କମିସନରଙ୍କ କଡ଼ା ଚେତାବନୀ, କହିଲେ ପୋଲିସ ଫ୍ଲାୱାର ନୁହେଁ ଫାୟାର୍...
୨- ଆରମ୍ଭ ହେଲା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ... ବିଳମ୍ବିତ ରାତିରେ ବିରାଟ ପଟୁଆରରେ ଦେଶୀ ବେହେରା ସାହିରେ ବିଜେ କଲେ ମା ... ଆସନ୍ତା 28 ଯାଏଁ ଚାଲିବ ମା ସାଆନ୍ତାଣୀଙ୍କ ଯାତ୍ରା ...
୩- ଜଗତସିଂହପୁର ରଘୁନାଥପୁର ନୂଆଦାରେ ଅଘଟଣ … ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୫ ବଖରା ଘର … ୪ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି … ସେପଟେ ଟିଟିଲାଗଡ଼ ମେଡିକାଲରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ … ଜଣେ ମହିଳା ପୋଡି ହୋଇ ଗୁରୁତର …
୪- ଟିଟିଲାଗଡ଼ ମେଡିକାଲରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ....ପ୍ରସୂତିଙ୍କୁ ଆମ୍ବୁଲାନ୍ସରେ ନେବା ବେଳେ ବିସ୍ପୋରଣ । ଅଳ୍ପକେ ବର୍ତ୍ତିଲେ ପ୍ରସୂତି ଓ ଦୁଇ ଯାଆଁଳା ଶିଶୁ....ବିସ୍ଫୋରଣରେ ଜଣେ ମହିଳା ପୋଡି ହୋଇ ଗୁରୁତର...ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ।
୫- ପରଲୋକରେ ଭେଟେରାନ୍ ବଲିଉଡ ଅଭିନେତା ମନୋଜ କୁମାର... ୮୭ ବର୍ଷ ବୟସରେ ଦେହାନ୍ତ...ଭାରତ ନାଁରେ ଥିଲେ ସେ ଲୋକପ୍ରିୟ...୧୯୯୨ରେ ପଦ୍ମଶ୍ରୀ ଓ ୨୦୧୫ର ଦାଦାସାହେବ ଫାଲକେରେ ହୋଇଥିଲେ ସମ୍ମାନିତ...`X' ଆକାଉଣ୍ଟରେ ପୋଷ୍ଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
୬- ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ୱାକଫ୍ ସଂଶୋଧନ ବିଧେୟକ... ବିଲ୍ ସପକ୍ଷରେ ପଡ଼ିଲା ୧୨୮ ଭୋଟ୍...ବିପକ୍ଷରେ ୯୫ ଭୋଟ୍... ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ହେବ ପରିଣତ...`X' ଆକାଉଣ୍ଟରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଲେ, ସମାଜରେ ଅବହେଳିତ ଓ ନିଷ୍ପେଷିତଙ୍କ ସ୍ବରକୁ ଶାଣିତ କରିବ ଏହି ବିଲ୍
୭- ଥାଇଲାଣ୍ଡରେ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି... ବିମଷ୍ଟେକ୍ ସଦସ୍ୟ ୭ଟି ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପରସ୍ପର ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବ ... ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ୍ ଉପରେ ହେବ ବିସ୍ତୃତ ଆଲୋଚନା ..
୮- ବିଡିଏରେ ମିଶିବ ୧୩୪ ନୂତନ ରାଜସ୍ୱ ଗାଁ... ଖୁବଶୀଘ୍ର ହେବ ଟିପି ସ୍କିମ୍... ରୋଡ଼୍ କନେକଟ ପାଇଁ କରାଯିବ ଵ୍ୟଵସ୍ଥା… ବଜେଟରେ ୧୫୩୬ କୋଟି ଟଙ୍କାର ଅନୁମୋଦନ … ନଗର ଉନ୍ନୟନ ମନ୍ତ୍ରୀ କହିଲେ, ବିଡିଏ ସମୃଦ୍ଧ ହେବ, ସୁନ୍ଦର ହେବ ଭୁବନେଶ୍ବର
୯- ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା....ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା....ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ.....ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିବ । ଏନେଇ ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି
୧୦- ସନରାଇଜର୍ସ ହାଇଦ୍ରାବାଦକୁ ୮୦ ରନରେ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ.....ବରୁଣ ଚକ୍ରବର୍ତ୍ତୀ ଓ ବୈଭବ ଆରୋରା ଜବରଦସ୍ତ ବୋଲିଂ କରିଛନ୍ତି । ଉଭୟଙ୍କୁ ୩ଟି ଲେଖାଏଁ ଓ୍ବିକେଟ୍ ମିଳିଛି । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଏହା ଦ୍ବିତୀୟ ବିଜୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10-breaking-news-stories-of-the-day-in-brief | Argus News