Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିନ ବେଳର 10 ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ

Odisha

ଦିନ ବେଳର 10 ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ଦିନ ବେଳର 10 ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ

୧- ଆଜି ପବିତ୍ର ଦୋଳପୂର୍ଣ୍ଣିମା....ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ....ଏଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼
୨- ହୋଲି ପାଇଁ ଆକ୍ସନ୍ ମୁଡରେ ଅବକାରୀ ବିଭାଗ... ଭୁବନେଶ୍ବର ସାଲିଆ ସାହିରେ ପୁଣି ରେଡ୍... ଦେଶୀ ମଦ କାରଖାନା ଠାବ... ହଜାରେ ଲିଟର ମଦ ଜବତ ୫ ହଜାର ଲିଟର ପୋଚ କରାଗଲା ନଷ୍ଟ... ୭ ମହିଳା, ୨ ପୁରୁଷ ସମେତ ୯ ଜଣ ଗିରଫ..
୩- କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍ । ଖମ୍ବେଶ୍ବରୀ ନାମକ ଏକ ବସ୍ ଓଲିଟି ପଡିଥିବା ସୂଚନା ରହିଛି । ଏଥିରେ ୧୫ରୁ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି
୪- ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ ... ବିଶାଖାପାଟଣା ଟିକେଟ କାଉଣ୍ଟରରେ ଫାଟିଲା ବ୍ୟାଟେରୀ ପାର୍ସଲ ... ଗରମ ହୋଇ ଫାଟିଥିବା ଆଶଙ୍କା ... ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
୫- ବିଷାକ୍ତ ଛତୁ ଖାଇ ୨୫ ଜଣ ଅସୁସ୍ଥ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି.....ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଜୟପୁରିଆଗୁଡାରେ କିଛି ଯୁବକ ଜଙ୍ଗଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ
୬- ରାଜଧାନୀ ରାଜରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା । ମାତାଲ ଯୁବତୀଙ୍କୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଏକ ବାର ସାମ୍ନାରୁ ଉଦ୍ଧାର କଲା HER ଟିମ୍। ମେଡିକାଲ ଯାଞ୍ଚ କରିବାକୁ ମାତାଲ ଯୁବତୀଙ୍କୁ ଆଣିଥିଲା HER ଟିମ । ସେଠାରେ ମଧ୍ୟ ଡାକ୍ତର ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା
୭- ଆଜି ଉଭୟ ହୋଲି ଓ ଜାମା ନମାଜ ଗୋଟିଏ ଦିନରେ ପଡୁଥିବାରୁ ଉତ୍ତର ପ୍ରଦେଶର ସମ୍ଭଲରେ ହାଇଆଲର୍ଟ.......ସମ୍ଭଲ ଏସପି କୃଷ୍ଣ କୁମାର ବିଶୋୟୀ ଓ ସର୍କଲ ଅଫିସର ଅନୁଜ ଚୌଧୁରୀଙ୍କ ନେତୃତ୍ବରେ ଗତକାଲି ହୋଇଥିଲା ଫ୍ଲାଗ ମାର୍ଚ୍ଚ......ହୋଲି ପୂର୍ବରୁ ସହରର ୧୦ଟି ମସଜିଦକୁ ତାରପୋଲିନରେ ଘୋଡ଼ାଇ ଦିଆଯାଇଛି
୮- ଭାଷାକୁ ନେଇ ଚର୍ଚ୍ଚା ମଧ୍ୟରେ ତାମିଲନାଡୁ ସରକାର ଟଙ୍କା ପ୍ରତୀକ ପରିବର୍ତ୍ତନ କରିବାକୁ ନେଇ ବିବାଦ... ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତ ପ୍ରଚାର ସାମଗ୍ରୀରେ ଟଙ୍କା ପ୍ରତୀକ ବଦଳରେ ରୁବାଇ ଚିହ୍ନ ବ୍ୟବହାର କଲେ ଡିଏମକେ ସରକାର...ନିଷ୍ପତ୍ତିକୁ ମୂର୍ଖତାପୂର୍ଣ୍ଣ ବୋଲି କହି ତୀବ୍ର ସମାଲୋଚନା କଲେ ତାମିଲନାଡୁ ବିଜେପି ସଭାପତି ଅନ୍ନାମଲାଇ ...
୯- ଆଜି ପବିତ୍ର ଦୋଳପୂର୍ଣ୍ଣିମା ଏବଂ ହୋଲି ଉତ୍ସବ.... ଭାରତର ଉତ୍ତର ଭାଗରେ ଭୋର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଲଦାଖର କାରଗିଲରେ ରିକ୍ଟରସେଲରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା ବୋଲି ଆଳଳନରୁ ଜଣାପଡ଼ିଛି
୧୦- ଆଇପିଏଲ ୨୦୨୫ ପାଇଁ ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନିଯୁକ୍ତ କରାଯାଇଛି। ସେ ୨୦୧୯ ମସିହାରୁ ଦିଲ୍ଲୀ ସହିତ ଅଛନ୍ତି ଏବଂ ଗତ ନଭେମ୍ବରରେ ମେଗା ନିଲାମ ପୂର୍ବରୁ ୧୬.୫୦ କୋଟି ଟଙ୍କାରେ ସର୍ବାଧିକ ରିଟେନ୍ସନ୍ ଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10-important-news-stories-of-the-day-in-brief | Argus News