Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗର୍ଭବତୀ ଓ ଶିଶୁଙ୍କୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Smruti Parija
Browse all articles by Smruti Parija
·1 year ago·2 min read
ଗର୍ଭବତୀ ଓ ଶିଶୁଙ୍କୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Key Points

- ଧାମରାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା
- ଯୁଦ୍ଧ କାଳୀନ ସ୍ଥିତିରେ ଲୋକଙ୍କୁ ସ୍ଥାନାନ୍ତରିତ କରୁଛି ପ୍ରଶାସନ
- ବୈଠକ ଡାକି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମନ୍ତ୍ରୀ ଓ ସଚିବ ଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଦିଆଗଲା ଦାୟିତ୍ୱ
- ୧୦ ଲକ୍ଷ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କଲେ ରାଜ୍ୟ ସରକାର
-  ଗର୍ଭବତୀ ଓ ଶିଶୁଙ୍କୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: ବାତ୍ୟା ମୁକାବିଲା ଲାଗି ମନ୍ତ୍ରୀ ଓ ସଚିବ ମାନଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ତେବେ ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ରାଜସ୍ୱ ବିଭାଗ ସମେତ କୃଷି, ଶକ୍ତି, ଯୋଗାଣ , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ ତେଣୁ ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ ଅପିଲ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ । 

ସେହିପରି ବାତ୍ୟା ମୁକାବିଲା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ  । ମେଡ଼ିସିନ ଓ ମେକାନିଜିମ ପ୍ରସ୍ତୁତ ସହ ୮୭୪୭ ଜଣ ଗର୍ଭବତୀ ମହିଳା ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ବିଭିନ୍ନ ପିଏଚସି ଓ ସିଏଚସିକୁ ସ୍ଥାନାନ୍ତରିତ  କରାଯାଇଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ସେହିପରି ବାତ୍ୟା ମୁକାବିଲା ପାଇଁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ରବି ନାୟକ | କ୍ୟାମ୍ପ ମାଧ୍ୟମ ରେ ପାଣି ଓ ପାଣି ବୋତଲ ବ୍ୟବସ୍ଥା କରାଯାଇଛି । ଯେଉଁ ଅଞ୍ଚଳ ରେ ପାଣିରେ ଅଧିକ ସମସ୍ୟା ହେବ ସେଠି ଟ୍ୟାଙ୍କରରେ ପାଣି ପହଞ୍ଚାଯିବ । ଆଉ ଯେଉଁଠି ଟ୍ୟାଙ୍କର ଯିବନି ସେଠି ପାଣି ପାଉଚ ପ୍ରସ୍ତୁତ କରି ତୁରନ୍ତ ପହଞ୍ଚାଯିବାକୁ ନିର୍ଦେଶ ଦିଆଯାଇଛି । ଦୁଇ ଘଣ୍ଟା ରେ 16 ହଜାର ପାଣି ପାଉଚ ପ୍ରସ୍ତୁତ କରି ପାରୁଥିବା ମେସିନ ରଖା ଯାଇଛି । ଏହାବାଦ ମାଟି ରାସ୍ତାରେ ଘାଇ ସୃଷ୍ଟି ହେଲେ ବାଲି ବସ୍ତା ଦ୍ବାରା ତୁରନ୍ତ ଘାଇ ମରାମତି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ବାତ୍ୟା ସମୟରେ ଆବଶ୍ୟକ ପଡିଲେ କିଛି ବସ ସେବା ବନ୍ଦ କରାଯାଇ ପରେ ବୋଲି କହିଛନ୍ତି ପରିବହାନ ମନ୍ତ୍ରୀ ବିଭୂତି ଜେନା। ବିଶେଷ କରି ବାତ୍ୟା ପରେ ରାସ୍ତା ଘାଟ ପ୍ରଭାବିତ ହେଲେ ବସ ସେବା ବ୍ୟାହାତ ହୋଇପାରେ ତେଣୁ କେମିତି ତୁରନ୍ତ ସେସବୁ କ୍ଲିୟର କରି ଯାତାୟାତ ସେବା ଯୋଗାଇ ହେବ ସେନେଇ ବ୍ୟାପକ ପ୍ରସ୍ତୁତି ବିଭାଗ ପକ୍ଷରୁ କରାଯାଇଛି । 

ସେହିପରି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । ଖାଦ୍ୟ ଓ ଚିକିତ୍ସା ପାଇଁ ଆବଶ୍ୟକ ହେଲେ 1962 ନମ୍ବରକୁ ଫୋନ କରିବାକୁ କୁହାଯାଇଛି । ବାତ୍ୟା ପାଇଁ ଆଗୁଆ ବୁଲା ପଶୁ ପକ୍ଷୀଙ୍କୁ ଉଚ୍ଚ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଅପିଲ କରିଛନ୍ତି ମନ୍ତ୍ରୀ । 

ବାତ୍ୟା ମୁକାବିଲା ଲାଗି 24 ଟି NDRF, 51 ଟି ଓଡ୍ରାଫ 218 ଟି ଅଗ୍ନିଶମ ଟିମ ମୁତୟନ ହୋଇଥିବା ବେଳେ ସାଢ଼େ ପାଞ୍ଚ ହଜାରରୁ ଅଧିକ ରିଲିଫ ସେଣ୍ଟର ଖୋଲା ଯାଇଛି ।

Sponsored
10-lakh-people-evacuted-in-view-of-impending-cyclonic-storm-Dana | Argus News