Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୪୦ ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ

Odisha

୪୦ ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
୪୦ ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ

Key Points

ଓଡ଼ିଶା ହେବ ଶିଳ୍ପ ହବ୍‌
୪୦ ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ
୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ
ରାଜ୍ୟକୁ ଆସିବ ୧ ଲକ୍ଷ ୬୫ ହଜାର କୋଟିର ପୁଞ୍ଜିନିବେଶ
ନିଯୁକ୍ତି ପାଇବେ ୫୨ ହଜାର ଯୁବକ ଯୁବତୀ

ଓଡିଶାରେ ବଢୁଛି ପୁଞ୍ଜିନିବେଶ । ଏବେ ଦେଶର ବଡ ବଡ କମ୍ପାନୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡିଶା । ୪୦ ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ମିଟିଂରେ ୧୦ ଶିଳ୍ପକୁ ଅନୁମୋଦନ ମିଳିଛି । ରାୟଗଡ଼ା ଜିଲ୍ଲାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଓ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ବିଜେପି ସରକାର । ରାୟଗଡ଼ାରେ ବେଦାନ୍ତ କମ୍ପାନୀ ଦୁଇଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପାଇଛି । ରାୟଗଡାରେ ୬ ମିଲିୟନ ଟନ୍ ବିଶିଷ୍ଟ ଉତ୍ପାଦନକ୍ଷମ ଆଲୁମିନା ରିଫାଇନାରି ପ୍ରକଳ୍ପ ଏବଂ ୧.୨ ମିଲିୟନ ଟନର ଆଲୁମିନିୟମ ସ୍ମେଲଟର ପ୍ରତିଷ୍ଠା କରିବ ବେଦାନ୍ତ । ଏଥିରେ ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ ଏବଂ ୧୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଜେଏସ୍‌ଡବ୍ଲ୍ୟୁ । ବିନିଯୋଗ ହେବ ୩୫ ହଜାର କୋଟି ଏବଂ ୬ ହଜାର ଯୁବକଙ୍କୁ ମିଳିବ ନିଯୁକ୍ତି । ଏହାସହ କେନ୍ଦୁଝର ଜିଲ୍ଲାରେ ଓସିଏଲ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ ମଧ୍ୟ ୩ ହଜାର କୋଟି ବିନିଯୋଗ କରିବା ପାଇଁ ମଞ୍ଜୁରୀ ପାଇଛି । ଏଥିରେ ୩ ହଜାର ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ପୂର୍ବ ବିଜେଡି ସରକାର ସମୟରେ ୨୦୧୬, ୨୦୧୮ ଏବଂ ୨୦୨୨ରେ ତିନିଟି ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ କରାଯାଇଥିଲା । 3 ଥରରେ ମୋଟ 1047ଟି ଶିଳ୍ପ ପାଇଁ ପ୍ରସ୍ତାବ ଆସିଥିଲା। ସେଥିରୁ ମାତ୍ର 171ଟି ଶିଳ୍ପ ଆଂଶିକ ବା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିଥିଲା। ଅର୍ଥାତ୍ ପ୍ରାୟ 900ଟି ଶିଳ୍ପ ପ୍ରସ୍ତାବ କେବଳ ପ୍ରସ୍ତାବରେ ହିଁ ରହିଗଲା। ବିଜେଡି ସରକାରର ଅପାରଗତା କାରଣରୁ ଏ ବାବଦକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରୁ ବଞ୍ଚିତ ହୋଇଥିଲା ରାଜ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10-major-projects-approved-in-40th-high-level-clearance-authority-meeting | Argus News