Videos
|
Odisha

ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା

ଅର୍ଗସ ବ୍ୟୁରୋ :  ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା, ଝିଅ ଜନ୍ମ ହେଲେ ମିଳିବ ୨ ହଜାର ଅଧିକ ଅର୍ଥାତ 12 ହଜାର ଟଙ୍କା । ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ ।


ଏଥିରେ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଉଭୟ ଯୋଜନାର କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ । ଏହା ଦ୍ବାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10 thousand rupees will be received if a son is born | Argus News