Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଈ ଗୁହାଳରୁ ଜବତ ହେଲା 10 ଟନ ବିସ୍ଫୋରକ ସାମଗ୍ରୀ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଗାଈ ଗୁହାଳରୁ ଜବତ ହେଲା 10 ଟନ ବିସ୍ଫୋରକ ସାମଗ୍ରୀ

Key Points

ବେଆଇନ ଭାବେ ଚାଲିଥିଲା ବିସ୍ଫୋରକ ସାମଗ୍ରୀ କାରବାର
ଗାଈ ଗୁହାଳରୁ ଜବତ ହେଲା 10 ଟନ ବିସ୍ଫୋରକ ସାମଗ୍ରୀ

ବେଆଇନ ଭାବେ ଚାଲିଥିଲା ବିସ୍ଫୋରକ ସାମଗ୍ରୀ କାରବାର। ବିନା ଲାଇସେନ୍ସରେ ବେଆଇନ ଭାବେ ଚାଲିଥିଲା ବିସ୍ଫୋରକ ସାମଗ୍ରୀ କାରବାର। ଅଚାନକ ରେଡ କଲା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ। ବେଆଇନ ବିସ୍ଫୋରକ ସାମଗ୍ରୀ ସହିତ ଗୋଟିଏ ପିକ୍ ଅପ ଭ୍ୟାନ, ଗୋଟିଏ ଦାମୀ କାର , 6 ଟି ମୋବାଇଲ, ନଗଦ 2 ଲକ୍ଷ 80 ହଜାର ଟଙ୍କା ସହ 1 ଲକ୍ଷ ଟଙ୍କାର ଅନଲାଇନ ପେମେଣ୍ଟ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ମାଷ୍ଟର ମାଇଣ୍ଡ ସହ ସମୁଦାୟ ତିନି ଜଣଙ୍କୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ । ବିଭିନ୍ନ ସ୍ଥାନରେ କ୍ରସର ଓ ପଥର କୁଆଁରି ଚଳାଉଥିବା ବେପାରୀ ଙ୍କ ସହ ଚୋରା କାରବାର କରୁଥିଲେ। ଦୀର୍ଘ ବର୍ଷ ଧରି ଏ କାରବାର ଚାଲିଥିବା ବେଳେ ଗଞ୍ଜାମରୁ କନ୍ଧମାଳ ଦେଇ କଳାହାଣ୍ଡି ଜିଲ୍ଲାକୁ ବେଆଇନ ଚୋରା କାରବାର ହେଉଥିଲା।


ଏ ସମୟରେ ତୁମୁଡ଼ିବନ୍ଧ ପୋଲିସ ହାତରେ ପଡ଼ିଥିଲା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ପିକ ଅପ୍ ଭ୍ୟାନ। ଏହା ପରେ ବାଲିଗୁଡ଼ା SDPO ରାମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱ ରେ ଛାନ ଭିନ ଆରମ୍ଭ କରିଥିଲା ତୁମୁଡ଼ିବନ୍ଧ ପୋଲିସ। ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଜଗନ୍ନାଥପୁର ଶିବ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଆଦର୍ଶ ଗାଇ ଗୁହାଳ ରେ ଚଢ଼ାଉ କରି ବିପୁଳ ପରିମାଣ ର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ। ଆନ୍ଧ୍ର ପ୍ରଦେଶର କାକିନାଡ଼ା ରୁ ବିସ୍ପୋରକ ସାମଗ୍ରୀ ଆସୁଥିଲା ଓ ସମଗ୍ର ରାଜ୍ୟ କୁ ବେଆଇନ ଭାବେ କାରବାର ହେଉଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମୁଦାୟ 276 କିଲୋଗ୍ରାମ ଜିଲାଟିନ ଷ୍ଟିକ୍, 100 କିଲୋଗ୍ରାମ ଆପେକ୍ସ ବୁଷ୍ଟର, ବିଦ୍ୟୁତ୍ ତାର 43 ପ୍ୟାକେଟ, କାର୍ଡେକ୍ସ 38 ଟି ଓ ବ୍ୟାଟେରୀ ଦୁଇଟି , ମୋବାଇଲ 6 ଟି, ଦୁଇଟି କାର ଓ ନଗଦ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ। ଗଞ୍ଜାମ ର ମାଷ୍ଟର ମାଇଣ୍ଡ ହେମନ୍ତ ସେଠୀ ଓ କଳାହାଣ୍ଡି ଜିଲ୍ଲାର ଶକ୍ତି ରଞ୍ଜନ ଦାଶ ଓ ସହଯୋଗୀ ଡ୍ରାଇଭର ଆଲୋକ ପାତ୍ର ସହିତ ଘଟଣା ରେ ସମୁଦାୟ ତିନି ଜଣ କୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
10 tons of explosives seized from cowshed-Argus News | Argus News