Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହୁମାଛି ଆକ୍ରମଣରେ ୧୦ଜଣ ଶ୍ରମିକ ଗୁରୁତର ଆହତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମହୁମାଛି ଆକ୍ରମଣରେ ୧୦ଜଣ ଶ୍ରମିକ ଗୁରୁତର ଆହତ

Key Points

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ ଅଭାବନୀୟ ଘଟଣା ମହୁମାଛି ଆକ୍ରମଣ ରେ ପୁଣି ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ ଅଭାବନୀୟ ଘଟଣା ମହୁମାଛି ଆକ୍ରମଣ ରେ ପୁଣି ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ , ଗ୍ରାମର ଏକ ପୋଖରୀରେ ପାହାଚ ନିର୍ମାଣ କାର୍ଯ୍ୟଶ୍ରମିକ ମାନେ କରୁଥିବା ବେଳେ ନିକଟରେ ଥିବା ପାଣି ଟାଙ୍କିରେ ମହୁମାଛି ବସା କରିଥିବା ବେଳେ ହଠାତ ଆସି ଶ୍ରମିକ ମାନଙ୍କୁ ଆକ୍ରମଣ କରିଥିଲେ ।ଫଳରେ ଜୀବନ ବିକଳରେ ଶ୍ରମିକ ମାନେ ଦଉଡି ପଳେଇ ଯାଇଥିଲେ ମଧ୍ୟ ୧୦ଜଣ ଗୁରୁତର ଆହତ ହୋଇଛନ୍ତି ।


ସେଥିରୁ ବିଦ୍ୟାଧର ମାହର , କାଜଲ ମାହାର ଓ ବାସନ୍ତି ନାଏକଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ସେହି ଭଳି ୧୧ ଦିନ ମଧ୍ୟରେ ୫୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗ୍ରାମବାସୀ ବନବିଭାଗ , ପାନୀୟ ଜଳ ଯୋଗାଣ ବିଭାଗ ଓ ତହସିଲଦାର ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମହୁମାଛି ବସା ଭଙ୍ଗା ନଜିରୁ ଏବେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 workers seriously injured in Honey bee attack | Argus News