Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଏମ ଉସା ଯୋଜନାରେ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଅନୁଦାନ

Smruti Parija
Browse all articles by Smruti Parija
·1 year ago·1 min read
ପିଏମ ଉସା ଯୋଜନାରେ ରେଭେନ୍ସା  ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଅନୁଦାନ

Key Points

ପିଏମ ଉସା ଯୋଜନାରେ ରାଜ୍ୟର ୪ଟି ବିଶ୍ଵବିଦ୍ୟାଳୟ ମଧ୍ୟରେ କଟକର ଐତିହାସିକ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ କେନ୍ଦ୍ର ସରକାର ଦେଲେ ୧୦୦ କୋଟି ଟଙ୍କାର ଅନୁଦାନ ।

କଟକ: ପିଏମ ଉସା ଯୋଜନାରେ ରାଜ୍ୟର ୪ଟି ବିଶ୍ଵବିଦ୍ୟାଳୟ ମଧ୍ୟରେ କଟକର ଐତିହାସିକ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ କେନ୍ଦ୍ର ସରକାର ଦେଲେ ୧୦୦ କୋଟି ଟଙ୍କାର ଅନୁଦାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁମତି କ୍ରମେ ଏହି ୧୦୦ କୋଟି ଟଙ୍କାର ଅନୁଦାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣେଇଛନ୍ତି ରେଭେନ୍ସାର ପୁରାତନ ଛାତ୍ର ।


ପିଏମ ଉସା ଯୋଜନାରେ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଟଙ୍କାର ଅନୁଦାନ ମିଳିଛି । ଏହା ଦ୍ବାରା ରେଭେନ୍ସା ଭିତ୍ତିଭୂମିର ବିକାଶ ହେବ । ଅନେକ ପ୍ରକଳ୍ପ କାର୍ଯ୍ୟ କରାଯିବ । କ୍ୟାମ୍ପସର ସମ୍ପୂର୍ଣ୍ଣ ନବୀକରଣ କରାଯିବ । ମଲ୍ଟି ଷ୍ଟୋରେଡ ବିଲଡିଂ ନିର୍ମାଣ କରାଯିବ । ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗ ଗବେଷଣା ପାଇଁ ଉପକରଣ କିଣାଯିବ । ଛାତ୍ରଛାତ୍ରୀଙ୍କ ବିଭିନ୍ନ Orientation କାର୍ଯ୍ୟକ୍ରମ ପାଇଁ ୫୨ ଟି ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରେଭେନସା ୟୁନିଭରସିଟି ସହ ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ୟୁନିଭରସିଟି, ସମ୍ବଲପୁର ୟୁନିଭରସିଟି ଓ ବ୍ରହ୍ମପୁର ୟୁନିଭରସିଟିକୁ ପିଏମ ଉଷାରେ ଆସିଛି 100 କୋଟି ଲେଖାଁଏ ଅର୍ଥ । ପିଏମ ଉଷାରେ ଏହି ଅର୍ଥ ଆସିବା ପରେ ଏ ହେଉଛି କ୍ୟାମ୍ପସର ଚିତ୍ର... ଉଭୟ ଛାତ୍ର ଛାତ୍ରୀ ଓ ପ୍ରଫେସରଙ୍କ ଭିତରେ ଉତ୍ସାହ ଭରିଯାଇଛି।

Sponsored
100 crore grant to Ravensa University under PM USA scheme | Argus News