Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ancient Civilization / ମାଟି ତଳୁ ମିଳିବ ସତ, ପୋତି ହୋଇ ରହିଛି ୧୦ ହଜାର ବର୍ଷ ତଳର ସହର

Bikash Mohanty
Browse all articles by Bikash Mohanty
·4 months ago·2 min read
ମାଟି ତଳୁ ମିଳିବ ସତ, ପୋତି ହୋଇ ରହିଛି ୧୦ ହଜାର ବର୍ଷ ତଳର ସହର
Civilization

Key Points

ମାଟି ତଳୁ ମିଳିବ ସତ
ପୋତି ହୋଇ ରହିଛି ୧୦ ହଜାର ବର୍ଷ ତଳର ସହର
ଖନନ କରୁଛି ASI
ମାଟି ତଳୁ ମିଳିବ ସତ, ପୋତି ହୋଇ ରହିଛି ୧୦ ହଜାର ବର୍ଷ ତଳର ସହର। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମାଟିତଳେ ରହିଛି ଦଶ ହଜାର ବର୍ଷ ପୁରୁଣା ସଭ୍ୟତା l ଯାହାକୁ ନେଇ ଖୁବ ଶୀଘ୍ର ଆରମ୍ଭ ହେବ ଖନନ କାର୍ଯ୍ୟ l ଏହି ଖନନ ଦ୍ୱାରା ପୁରୁଣା ଜନଵସତି ର ପ୍ରମାଣ ସହ ଲୌହ ଯୁଗର ସଭ୍ୟତା ର ଅନେକ ପ୍ରମାଣ ମିଳିବ ଏହି ସ୍ଥାନରେ l ଏହି ଖନନ କୁ ନେଇ କେନ୍ଦ୍ର ସରକାର ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି l

ରେଢ଼ାଖୋଲ ସହର ଠାରୁ ମାତ୍ର 3 କିଲୋମିଟର ଦୂରରେ ଥିବା ପୁରୁଣାଗଡ଼ ଗାଁ। ଗାଁର ମାଟିତଳେ ମିଳିଛି ଅନେକ ପୁରୁଣା ସାମଗ୍ରୀl ଯାହା ଦୁଇ ହଜାର ବର୍ଷ ପୁରୁଣା ବୋଲି ଜଣା ପଡିଛି l ସେ ସମୟରେ ବ୍ୟବହାର କରୁଥିବା ପୁରୁଣା ମାଟି ପାତ୍ର, ଲୌହର ମଳ ଭଳି ଅନେକ ସାମଗ୍ରୀ ମିଳିଛି l ଯାହା ଫଳରେ ଭାତରର ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ଖନନ ପାଇଁ ଅନୁମତି ସାରିଛି l ଯାହାକୁ ଖୁବ ଶୀଘ୍ର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗ ର ତତ୍ୱାବଧାନରେ ହେବ ଖନନ କାର୍ଯ୍ୟ। ଏହି ଉତଖନନରେ ଓଡିଶା ଓ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଆସି ସହଯୋଗ କରିବେ l ଏହା ଦ୍ୱାରା ଦଶ ହଜାର ବର୍ଷ ର ପ୍ରାଚୀନ ଜନବସତିର ପ୍ରମାଣ ସହ କିପରି ପରମ୍ପରା ଗତ ଜ୍ଞାନ କୌଶଳ ରେ ଲୁହା ବ୍ୟବହାର କରୁଥିଲେ ତାହାର ପ୍ରମାଣ ମିଳିବ ବୋଲି କହିଛନ୍ତି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଉତଖନନ ନିର୍ଦେଶକ ଡ଼. ଅତୁଲ କୁମାର ପ୍ରଧାନ ।

ରେଢ଼ାଖୋଲ ଉପଖଣ୍ଡର ଭୀମମଣ୍ଡଳୀ ସ୍ଥିତ ପାହାଡ଼ ଗୁମ୍ଫା। ଏହି ଗୁମ୍ଫାରେ ପ୍ରସ୍ତର ଯୁଗର ସଭ୍ୟତା ଛାପ ଥିବା ବେଳେ ଏହି ଅଂଚଳ ର ପୁରୁଣାଗଡ଼ ପୁଣି ଥରେ ଏକ ନୂତନ ସଭ୍ୟତା ସହ ତାଙ୍କ ର ଜ୍ଞାନ କୌଶଳ ଉପରେ ଏକ ନୂତନ ଇତିହାସ ସୃଷ୍ଟି କରିବ l ଏଥିପାଇଁ ଏଥି ପାଇଁ ସ୍ଥାନୀୟ ବାସିନ୍ଦା ଖୁସି ପ୍ରକଟ କରିଥିବା ବେଳେ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି l

ଏହି ଆବିଷ୍କାର ଓଡ଼ିଶାର ପ୍ରତ୍ନତତ୍ତ୍ୱ ମାନଚିତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ଏହି ଅଞ୍ଚଳର ପ୍ରାଚୀନ ଇତିହାସକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସାହାଯ୍ୟ କରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ancient Civilization | 10,000-Year-Old City Discovered Underground | Ancient Civilization Mystery | Argus News