Videos
|
Odisha

ରାଜ୍ୟରେ ଭିକାରୀ ଶୂନ୍ୟ ୫ ଜିଲ୍ଲା, କଟକରେ ଅଛନ୍ତି ସର୍ବାଧିକ ୧୦୬୦ ଜଣ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାଜ୍ୟରେ ଭିକାରୀ ଶୂନ୍ୟ ୫ ଜିଲ୍ଲା, କଟକରେ ଅଛନ୍ତି ସର୍ବାଧିକ ୧୦୬୦ ଜଣ

Key Points

ଖାଇବାକୁ ଖାଦ୍ୟ, ରହିବାକୁ ବାସଗୃହ ଓ ପିନ୍ଧିବାକୁ ପୋଷାକ ନଥିବା ଲୋକଙ୍କୁ ସମାଜ ଭିକାରୀ ଆଖା ଦେଇଥାଏ । ଆଉ ରାଜ୍ୟରେ ଏଭଳି ଦୟନୀୟ ସ୍ଥିତିରେ ବଞ୍ଚୁଛନ୍ତି ପ୍ରାୟ ୫ ହଜାର ୨୮୪ ଜଣ ।

ଭୁବନେଶ୍ଵର: ଖାଇବାକୁ ଖାଦ୍ୟ, ରହିବାକୁ ବାସଗୃହ ଓ ପିନ୍ଧିବାକୁ ପୋଷାକ ନଥିବା ଲୋକଙ୍କୁ ସମାଜ ଭିକାରୀ ଆଖା ଦେଇଥାଏ । ଆଉ ରାଜ୍ୟରେ ଏଭଳି ଦୟନୀୟ ସ୍ଥିତିରେ ବଞ୍ଚୁଛନ୍ତି ପ୍ରାୟ ୫ ହଜାର ୨୮୪ ଜଣ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍ଗ ପ୍ରଶ୍ନରେ ରାଜ୍ୟରେ କେତେ ଭିକାରୀ ଅଛନ୍ତି, ସେମାନଙ୍କ ଲାଗି କଣ ଯୋଜନା ସରକାର କରାଯାଇଛି ସେ ନେଇ ତଥ୍ୟ ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।


ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୫ ହଜାର ୨୮୪ ଜଣ ଭିକାରୀ ଅଛନ୍ତି । ରାଜ୍ୟର ୩୦ ଜିଲ୍ଲାରୁ ୫ ଜିଲ୍ଲାରେ ଜଣେ ବି ଭିକାରୀ ନଥିବା ବେଳେ କଟକରେ ସର୍ବାଧିକ ୧୦୬୦ ଜଣ ଭିକ୍ଷୁକ ଅଛନ୍ତି । ବାଲେଶ୍ଵର, ବୌଦ୍ଧ, ଦେବଗଡ଼, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ଜଣେ ବି ଭିକାରୀ ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନୁଗୁଳରେ ୨୦୫ ଜଣ ଭିକାରୀ ରହିଥିବା ବେଳେ ବରଗଡ଼ରେ ୫୯୫, ଭଦ୍ରକ ୯୫, ବଲାଙ୍ଗିର ୪୮୨, ଢେଙ୍କାନାଳ ୧୮୯, ଗଜପତି ୪୩, ଗଞ୍ଜାମ ୫୪୫, ଝାରସୁଗୁଡ଼ା ୪୧, କଳାହାଣ୍ଡି ୭୩୭, କନ୍ଧମାଳ ୨୮, କେନ୍ଦ୍ରାପଡ଼ା ୨୨, କେନ୍ଦୁଝର ୪୩, ଖୋର୍ଦ୍ଧା ୧୫୦, କୋରାପୁଟ ୧୦୬, ମାଲକାନଗିରି ୫୮, ମୟୂରଭଞ୍ଜ ୩୭, ନବରଙ୍ଗପୁର, ୧୮୩, ନୟାଗଡ଼ ୫୫, ନୂଆପଡ଼ା ୫୭, ପୁରୀ ୩୫୦, ରାୟଗଡ଼ା ୧୩୪, ସମ୍ବଲପୁର ୬୫, ସୋନପୁର ୧୨୧ ଓ ସୁନ୍ଦରଗଡ଼ରେ ୪୧୭ ଜଣ ଭିକ୍ଷୁକ ଅଛନ୍ତି ।


ଭିକାରୀମାନଙ୍କୁ ସ୍ଵାବଲମ୍ବୀ କରି ରାଜ୍ୟକୁ ଭିକାରୀମୁକ୍ତ କରିବା ଲାଗି ବିଭାଗ ପକ୍ଷରୁ 'ସହାୟ' ଯୋଜନା ୨୦୧୭-୧୮ରୁ କାର୍ଯ୍ୟକାରୀ ହେଉଛି । ଏଥିରେ ଭିକାରୀଙ୍କୁ ଥଇଥାନ ସହ ଭିକ୍ଷାବୃତ୍ତିରୁ ନିବୃତ୍ତ ଲାଗି ନିଆଯାଉଛି ପଦକ୍ଷେପ । ଭିକ୍ଷୁକଙ୍କୁ ଚିହ୍ନଟ ସହ ପ୍ରଶିକ୍ଷଣ, ଆତ୍ମନିଯୁକ୍ତ ତଥା ପୁନର୍ବାସ ଲାଗି ସ୍ଵତନ୍ତ୍ର ସହାୟତା ଦିଆଯାଉଛି ।


ରାଜ୍ୟକୁ ଭିକାରୀମୁକ୍ତ କରିବା ଲାଗି ପୁରୀରେ ନୀଳାଦ୍ରି ନିଳୟ ଓ ଭୁବନେଶ୍ଵରରେ ଏକାମ୍ର ନିଳୟ ନାମରେ ସ୍ଵତନ୍ତ୍ର ଅଭଯାନ ହାତକୁ ନିଆଯାଇଛି । ଏଥିସହ ଖୋର୍ଦ୍ଧା, କଟକ ମହାନଗର ନିଗମ, ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ଅର୍ଥ ବ୍ୟବସ୍ଥା କରାଯାଇଛି ।