Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

108 Ambulance: ଲୋକଙ୍କ ଟଙ୍କାରେ ସରିଲା ହେଲେ କାହାରି କାମରେ ଲାଗିଲାନି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
108 Ambulance: ଲୋକଙ୍କ ଟଙ୍କାରେ ସରିଲା ହେଲେ କାହାରି କାମରେ ଲାଗିଲାନି !

ରୋଗୀଙ୍କୁ ମିଳିଲାନି, ଜିଲ୍ଲା ଚିକିତ୍ସାଳୟରେ ପଡି ପଡ଼ି ଖତ ଖାଇଗଲା ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ। 5T ସରକାରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଆଉ ଏକ ନମୁନା।

ପୁରୀ ଜିଲ୍ଲା ଚିକିତ୍ସାଳୟରେ ରହିଛି ହାତଗଣତି ଆମ୍ବୁଲାନ୍ସ। କିଛି ସ୍ବାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସକୁ ଫୋନ୍ କରି ଅପେକ୍ଷା କରି ଜୀବନ ସହ ଖେଳିବା ଅପେକ୍ଷା ଅଟୋ ନହେଲେ ରିକ୍ସାକୁ ଭରସା କରୁଛନ୍ତି ଲୋକେ। କରୋନା ହେଉକି ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ସମୟ, ଆମ୍ବୁଲାନ୍ସ ଅଭାବ ଜଳଜଳ ଦେଖା ଦେଇଛି। ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି ହେଲେ ପଡି ପଡ଼ି ଖତ ଖାଉଛି ଆମ୍ବୁଲାନ୍ସ।


ଜିଲ୍ଲା ଚିକିତ୍ସାଳୟରେ ଗୋଟିଏ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ IDHରେ ୨ଟିକୁ ମିଶାଇ ନୂଆରୁ ହିଁ କାମରେ ନଆସି ୩ଟି ଯାକ ଅମ୍ବୁଲାନ୍ସ ଖତ ଖାଉଛି। ସମୁଦାୟ ୧୨ଟି ଆମ୍ବୁଲାନ୍ସ ଓ ଅନ୍ୟ ଗୋଟିଏ ଗାଡ଼ି ମଧ୍ୟ ଖତ ଖାଉଛି। ଖାଲି ସେତିକି ନୁହେଁ ଏହାର ମେଣ୍ଟେନାନସ, ଡ୍ରାଇଭର ଓ ସହାୟକ ଆଦି ଯୋଗାଇବାରେ ବି ଫେଲ୍ ମାରିଛି ପୂର୍ବ ବିଜେଡି ସରକାର।

ଏ ପ୍ରସଙ୍ଗରେ ପୁରୀ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ରଖିଛନ୍ତି ପ୍ରତିକ୍ରିୟା। ସରକାରୀ ନିୟମ ଅନୁସାରେ ଆମ୍ବୁଲାନ୍ସ ଗାଡ଼ି ଗୁଡ଼ିକ ସ୍କ୍ରାପିଂ ପଲିସିରେ ଅର୍ନ୍ତଭୁକ୍ତ ହୋଇଛି। ସ୍କ୍ରାପିଂ ପଲିସି ଅନୁଯାୟୀ ଏହି ଆମ୍ବୁଲାନ୍ସ ଗୁଡ଼ିକ ପୁରୁଣା ଓ ଅନ୍‌ଫିଟ୍ ହୋଇସାରିଛି। ତେଣୁ ସରକାରୀ ସ୍ବୀକୃତି ପ୍ରାପ୍ତ ଏଜେନ୍ସୀ ଏହାକୁ ନେବା ପାଇଁ ପ୍ରସ୍ତୁତ।

ତେବେ କହିବାକୁ ଗଲେ ରୋଗୀଙ୍କୁ ମିଳିଲାନି ହେଲେ ଖତ ଖାଇଲା। ଐତିହ୍ୟ ଓ ବିଶ୍ବସ୍ତରୀୟ ସହରର ସ୍ବପ୍ନ ଦେଖାଇ ପାଣିରେ ପକାଇଲେ ଲୋକଙ୍କ ଟଙ୍କା। ପୂର୍ବ ବିଜେଡି ସରକାରଙ୍କ ଅପାରଗତା ଓ ଦାୟୀତ୍ବହୀନତାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
108 Ambulance Waste In Puri Medical | Argus News