Videos
|
Odisha

11ଟି ବ୍ଲକ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

Banajyotshna Ray
Browse all articles by Banajyotshna Ray
·1 year ago·1 min read
11ଟି ବ୍ଲକ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

Key Points

ଆକାଂକ୍ଷୀ ବ୍ଲକ ଭାବେ ସାମିଲ ହେଲେ ଆଉ 11 ବ୍ଲକ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରବି ନାରାୟଣ ନାଏକ

ଆକାଂକ୍ଷୀ ବ୍ଲକ ଭାବେ ସାମିଲ ହେଲେ ଆଉ 11 ବ୍ଲକ । ଏପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଓଡ଼ିଶାର ବିକାଶ କ୍ଷେତ୍ରରେ ବିଗତ ସରକାର ସମୟରେ ଆଞ୍ଚଳିକ ବୈଷମ୍ୟ କଥା ଆଲୋଚନା ହେଉଥିଲା । କିନ୍ତୁ ଏବେ ଡବଲ ଇଞ୍ଜିନ ସରକାରଙ୍କ ନିଷ୍ପତିକୁ ଓଡ଼ିଶାବାସୀ ସ୍ଵୀକାର କରିବେ ।


11ଟି ବ୍ଲକ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବ । ପୂର୍ବ ସରକାର ସମୟରେ ନୀତି ଆୟୋଗକୁ ଅଣଦେଖା କରାଯାଉଥିଲା । ନୀତି ଆୟୋଗ ସହ ବିଗତ ସରକାରଙ୍କ ସମ୍ପର୍କ ନଥିଲା । ତେଣୁ ଏବେ ନୀତି ଆୟୋଗଙ୍କ ବ୍ୟବସ୍ଥା ଭିତରେ ଅଧିକ ଆକାଂକ୍ଷୀ ବ୍ଲକ ହେବା ଦ୍ବାରା ବିକାଶ କ୍ଷେତ୍ରରେ ମିଳିବ ଅଧିକ ସୁବିଧା । ଆମ ରାଜ୍ୟ କେମିତି ଆଗକୁ ଯିବ, କେମିତି ବିକାଶ ହେବ ସେନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବଡ଼ ପ୍ରୟାସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
11-blocks-will-improve-in-various-areas-thanks-to-the-prime-minister | Argus News