ଲାଇନରୁ ବାହାରିଯାଇଥିଲା ୧୧ଟି ଏସି ବଗି, ଜଣେ ମୃତ

Key Points
କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ
କଟକ ମଙ୍ଗୁଳି ଷ୍ଟେସନ ନିକଟରେ ଲାଇନରୁ ବାହାରିଗଲା
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ଏକାଧିକ ଆହତ
ଡିଆରଏମ କହିଲେ , ଘଟଣାର ତଦନ୍ତ ହେବ
ପୂର୍ବାହ୍ନ ୧୧ଟା ୫୪ ମିନିଟ । କଟକ ମଙ୍ଗଳି ଷ୍ଟେସନ ନିର୍ଗୁଣ୍ଡି ନିକଟରେ ବେଙ୍ଗାଳୁରୁ-ଗୌହାଟି କାମାକ୍ଷା ଏକ୍ସପ୍ରେସର ୧୧ଟି ଏସି ବଗି ଲାଇନରୁ ବାହାରିଯାଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ଶୁଭଙ୍କର ରାୟ । ଇଏ ହେଉଛି ଶୁଭଙ୍କରଙ୍କ ଆଧାର କାର୍ଡ । ଏହି ଦୁର୍ଘଟଣାରେ 14ଜଣ ଆହତ ହୋଇଛନ୍ତି। କାମାକ୍ଷା ଏକ୍ସପ୍ରେସ୍ ବେଙ୍ଗାଳୁରୁରୁ ଗୌହ୍ବାଟି ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଏହି ଅଗଟଣ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମହାନଦୀ ପାର କରିବା ପରେ ହଠାତ ଟ୍ରେନଟି ଥରିବାକୁ ଆରମ୍ଭ କରିଥିଲା । ଟ୍କେନରେ ବସିଥିବା ଯାତ୍ରୀମାନେ ଟ୍ରେନ ଭିତରେ ପଡିଯାଇଥିଲେ । କେହି କେହି ଟ୍ରେନ ବାହାରକୁ ମଧ୍ୟ ପଡିଯାଇଥିଲେ । ତା ପରେ ଜଣାପଡିଥିଲା 11ଟି ବଗି ଲାଇନଚ୍ୟୁତ ହୋଇଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ଆରପଟୁ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍ ଅଟକି ଯାଇଥିଲା ।
ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ଉଦ୍ଧାର କାର୍ଯ୍ୟ । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଇଦିଆଗଲା । ଇଏ ହେଉଛି ଏସସିବି ମେଡିକାଲର ଦୃଶ୍ୟ । ଆହତ ମାନଙ୍କର ଚିକିତ୍ସା ସମୟର ଚିତ୍ର ଆପଣ ଦେଖୁଛନ୍ତି । ଆହତମାନଙ୍କ ଅବସ୍ଥା ସ୍ଥିର ଅଛି । ତେବେ ଦୁର୍ଘଟଣା ପରେ ପ୍ରାଥମିକତା ଥିଲା ଘଟଣା ସ୍ଥଳରେ ଫସି ରହିଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା। ସ୍ଵତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଯାଇ କଟକ ରେ ପହଞ୍ଚିଥିଲା । ଯାତ୍ରୀଙ୍କୁ ସେହି ଟ୍ରେନ ଦ୍ଵାରା ଗନ୍ତବ୍ୟସ୍ଥଳରେ ପହଞ୍ଚିାଇବାର ବ୍ୟବସ୍ଥା କରାଯାଇଥିଲା । ଅପଲାଇନ୍ ରେ ସାଧାରଣ ଭାବେ ଟ୍ରେନ ଚଳାଚଳ ହେଉଛି। ଡାଉନ୍ ଲାଇନ୍ ୫ ଟି ଟ୍ରେନ ଡାଇଭର୍ଟ ହେଇଛି। ଲାଇନଚ୍ୟୁତ ହୋଇଥିବା ଟ୍ରେନ ର ଯାତ୍ରୀ ମାନଙ୍କୁ ନେଇ ସ୍ୱତନ୍ତ୍ର ରିଲିଫ ଟ୍ରେନ କଟକ ଦେଇ କାମାକ୍ଷା ଯାତ୍ରା କରିଛି I ବାଙ୍ଗାଲୁରୁରୁ କିଛି ରୋଗୀ ଚିକିତ୍ସା ପାଇଁ ଆସୁଥିଲେ। ସେମାନଙ୍କୁ ଷ୍ଟ୍ରେଚରରେ ନିଆଯାଇଛି ।
ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜାଣି ଆଶ୍ବସ୍ତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡିଆରଏମ । ଦେଶର ଅନ୍ୟତମ ଦୀର୍ଘପଥ ଅତିକ୍ରମ କରୁଥିବା ଟ୍ରେନ୍ ହେଉଛି କାମାକ୍ଷା ଏକ୍ସପ୍ରେସ । ୭ଟି ରାଜ୍ୟ ଦେଇ ଯାତ୍ରା କରେ ଏହି ଏକ୍ସପ୍ରେସ୍ । ଆସାମରୁ ବାହାରି ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଦେଇ ଯାତ୍ରା କରେ । ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଦେଇ କର୍ଣ୍ଣାଟକରେ ପହଞ୍ଚେ । ୫୦ ଘଣ୍ଟା ୪୫ ମିନିଟର ଯାତ୍ରା ପଥ । ୨୯ଟି ଷ୍ଟେସନରେ ରହେ କାମାକ୍ଷା ଏକ୍ସପ୍ରେସ । ୩୦୦୪ କିମି ରାସ୍ତା ଅତିକ୍ରମ କରେ ।
