Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha Election / ରାଜ୍ୟସଭା ନିର୍ବାଚନ, ଦଳ ଉପରେ ନାହିଁ ନବୀନଙ୍କ ଲଗାମ

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଜ୍ୟସଭା ନିର୍ବାଚନ, ଦଳ ଉପରେ ନାହିଁ ନବୀନଙ୍କ ଲଗାମ
Rajya sabha

Key Points

ରୋଚକ ମୋଡରେ ରାଜ୍ୟସଭା ଭୋଟ
୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୁଚନା
କଂଗ୍ରେସରୁ ୩ ଜଣ, ବିଜେଡିରୁ ୬ ଜଣ ଓ ବିଜେଡିରୁ
ନିଲମ୍ବିତ ୨ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୁଚନା ମିଳିଛି
ରୋଚକ ମୋଡରେ ରାଜ୍ୟସଭା ଭୋଟ । ଚଳିତ ରାଜ୍ୟସଭା ନିର୍ବାଚନରେ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୁଚନା ମିଳିଛି। କଂଗ୍ରେସରୁ ୩ ଜଣ, ବିଜେଡିରୁ ୬ ଜଣ ଓ ବିଜେଡିରୁ ନିଲମ୍ବିତ ୨ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୁଚନା ମିଳିଛି।
ରାଜ୍ୟସଭା ଭୋଟ ବେଳେ ବିଧାୟକ ନବ ମଲ୍ଲିକଙ୍କୁ ନେଇ ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ସୁଚନା । ସେପଟେ ବିଜେଡିରୁ ଦେବୀ ରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ,ଚକ୍ରମଣି କହଁର, ସୌଭିକ ବିଶ୍ବାଳ ଓ ସୁବାସିନୀ ଜେନା ଓ ନବ ମଲ୍ଳିକ କ୍ରସ୍‌ ଭୋଟିଂ ମଧ୍ୟ କରିଥିବା ସୂଚନା ମିଳୁଛି। ସେହିପରି ବିଜେଡିରୁ ନିଲମ୍ପିତ ହୋଇଥିବା ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବି କ୍ରସ ଭୋଟିଂ କରିଥିବା ସୁଚନା ମିଳିଛି।
ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଥିବା କହିଲେ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ବିବେକାନୁମୋଦିତ ଭାବେ ଭୋଟ୍‌ ଦେବା କଥା କହିଲେ ଦେବୀରଞ୍ଜନ। ଦିଲ୍ଲୀପ ବାବୁ ବିଜୁ ଲିଗାସିର ଜଣେ ପ୍ରମୁଖ ସଦସ୍ୟ। ବିଜୁ ବାବୁଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ, ସେଥିପାଇଁ ଭୋଟ୍‌ ଦେଲି।
କ୍ରସ୍‌ ଭୋଟିଂକୁ ମାନିଲେ ବିଜେଡି ବିଧାୟକ ସୌଭିକ୍‌ ବିଶ୍ବାଳ। ‘ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍‌ ଦେଇଛି’। ବାପାଙ୍କୁ ବହିଷ୍କାର କରିଥିଲେ, ମୋତେ କଲେନି କାହିଁକି।ନବୀନ ନିବାସ ଘଟଣାକୁ ନେଇ କ୍ରୋଧିତ ବୋଲି ଜଣାଇଲେ। ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାର ପ୍ରତିଶୋଧ ନେଇଛି କହିଲେ ସୌଭିକ।
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ସରିଛି। ଏହାରି ଭିତରେ ଚର୍ଚ୍ଚାରେ କ୍ରସ ଭୋଟିଂ। ଦଳୀୟ ହ୍ୱିପକୁ ଅବମାନନା କରି ୩ ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଦଳର ଏଜେଣ୍ଟ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ । କ୍ରସ ଭୋଟିଂ ତାଲିକାରେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି କହିଲେ ଭକ୍ତ ।
କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ । ହଠାତ ସେ ବିଧାନସଭାରେ ପହଂଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି । ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି, ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି କିଛିଦିନ ତଳେ ଦଳରୁ ନିଲମ୍ବନ କରିଥିଲେ । ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି। ପୁର୍ବରୁ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରାପାଠୀଙ୍କୁ ବିଜେଡି ବହିସ୍କାର କରିଥିଲା।
ସେପଟେ ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି, ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ । ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ ।

ଏଥିସହ ପଢ଼ନ୍ତୁ: କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ଜଣାଇଲେନି ପରୋକ୍ଷରେ ଇଙ୍ଗିତ କଲେ






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cross voting | Cross voting | Cross voting | Rajya Sabha Election: 11 MLAs Allegedly Cross-Vote in Ongoing Polls | Argus News