Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟେନିସ ଫିଲଡରେ ୧୧ ବର୍ଷୀୟ ସୁୟାଶଙ୍କ କମାଲ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଟେନିସ ଫିଲଡରେ ୧୧ ବର୍ଷୀୟ ସୁୟାଶଙ୍କ କମାଲ 

ଭୁବନେଶ୍ୱର:  ବୟୟ ମାତ୍ର ୧୧। ଏ କଅଁଳ ‌ ବୟସରେ କମାଲ କରୁଛନ୍ତି ସୁୟାଶ । ୮ ବର୍ଷ ବୟସରୁ ଟେନିସ ଖେଳିବା ଆରମ୍ଭ କରିଥିବା ସୁୟାଶ ଏବେ ନିଜ ବୟସ ବର୍ଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଏମିତିକି 12 ବର୍ଷରୁ କମ୍‌ କେଟି ଗ୍ରାସରୁଟ ଟେନିସ ଟୁର୍ଣ୍ଣାମେଣ୍ଟ ଏବଂ ଓଡ଼ିଶା ଟେନିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିଅମରେ ହୋଇଥିବା 12 ବର୍ଷରୁ କମ୍‌ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତିଛନ୍ତି ।

କୋଚ୍‌ ଫରହାନ ଅଲ୍ଲୀଙ୍କ ତତ୍ବାବଧାନରେ ଟେନିସ ପ୍ରଶିକ୍ଷଣ ଜାରି ରଖିଥିବା ସୁୟାସ ଏବେ ଜୁନିଅର ଏବଂ ଆଗକୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ସୁୟାସଙ୍କ ବାପା ମଧ୍ୟ ବିଭିନ୍ନ ଖେଳରେ ରୁଚି ରଖନ୍ତି । ମାତ୍ର 8 ବର୍ଷ ବୟସରେ ସୁୟାସଙ୍କ ଟେନିସ ପ୍ରତି ଭଲ ପାଇବା ଦେଖି ଟେନିସ ଖେଳିବାକୁ ଛାଡିଥିଲେ ପରିବାର ଲୋକେ । କୋଚ୍‌ ଫରହାନ ଅଲ୍ଲୀ ମଧ୍ୟ ଦିନକୁ ଦିନ ସୁୟାସଙ୍କ ଖେଳରେ ଯେଉଁ ବିକାଶ ହେଉଛି ତାହା ଦେଖି ଖୁସି ପ୍ରକାଶ କରିଛନ୍ତି ।  ସୁୟାସଙ୍କ ଲକ୍ଷ୍ୟ ଆଇଟିଏରେ ଶୀର୍ଷରେ ପହଂଚିବା । ସେଥିପାଇଁ ମଧ୍ୟ ଖୁବ କମ ବୟସରୁ ଅଭ୍ୟାସ ଜାରି ରଖିଛନ୍ତି ସେ ।  ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିଲେ ଆଗକୁ ତାଙ୍କୁ ଲକ୍ଷ୍ୟ ପଥରେ ପହଂଚିବାକୁ ସହାୟକ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11-year-old Suyash's Kamal on the tennis field | Argus News