Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡଗରା ବେଳାଭୂମିରେ ଆଜି ଛଡ଼ାଗଲା ୧୧୫ ଅଲିଭରିଡଲେ

Odisha

ଡଗରା ବେଳାଭୂମିରେ ଆଜି ଛଡ଼ାଗଲା ୧୧୫ ଅଲିଭରିଡଲେ

Ritu Das
Browse all articles by Ritu Das
·1 year ago
ଡଗରା ବେଳାଭୂମିରେ ଆଜି ଛଡ଼ାଗଲା ୧୧୫ ଅଲିଭରିଡଲେ

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ସମୁଦ୍ର ବେଳାଭୂମି ରେ ଆଜି ବନବିଭାଗ ପକ୍ଷରୁ ୧୧୫ଟି ଅଲିଭରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରରେ ଛଡା ଯାଇଛି। ଅଲିଭ ରିଡଲେ କଇଁଛଙ୍କ ଅଣ୍ତାଦାନ ପାଇଁ ଡଗରା ବେଳାଭୂମି ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ଚଳିତ ବର୍ଷ କଇଁଛ ମାନେ ଅଣ୍ତା ଦେବା ପରେ ଲଙ୍ଗଳେଶ୍ବର ବନବିଭାଗ ପକ୍ଷରୁ ସେସବୁକୁ ଅସ୍ଥାୟୀ ହେଚେରୀରେ କୃତ୍ରିମ ପ୍ରଜନନ ପାଇଁ ୬୦ ଦିନ ପାଇଁ ରଖାଯାଇଥିଲା।


ଚଳିତ ବର୍ଷ ୯୪ଟି ଅସ୍ଥାୟୀ ହେଚେରୀରେ କଇଁଛଙ୍କ ଅଣ୍ତାଦାନ ପ୍ରକ୍ରିୟା ଚାଲିଥିବା ବେଳେ ଆଜି ପ୍ରଥମ କରି ଗୋଟିଏ ହେଚେରୀ ରେ ଅଣ୍ତାରୁ ଚିଆଁ ଫୁଟିବା ପରେ ଆଜି ଲଙ୍ଗଳେଶ୍ବର ୱାଇଲ୍ଡ ଲାଇଫ ସେକ୍ସନର ଫରେଷ୍ଟର ମନୋଜ ଧଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉକ୍ତ କଇଁଛ ଶାବକଙ୍କୁ ସମୁଦ୍ରରେ ଛଡା ଯାଇଛି। ଫରେଷ୍ଟର ସାଗରିକା ସିଂ ଏବଂ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
115-olive-ridleys-up-on-dagra-beach-today | Argus News