Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ଜିଲ୍ଲାର 4 ସାମୁଦ୍ରିକ ଥାନାରେ ଖାଲି ପଡିଛି 118 ମଞ୍ଜୁରୀ ପଦବୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୁରୀ ଜିଲ୍ଲାର 4 ସାମୁଦ୍ରିକ ଥାନାରେ ଖାଲି ପଡିଛି 118 ମଞ୍ଜୁରୀ ପଦବୀ

Key Points

ସାମନାକୁ ଆସିଲା ପୂର୍ବ ସରକାରର ଉପକୂଳ ସୁରକ୍ଷା ଚିନ୍ତା
ନବୀନଙ୍କ 24ବର୍ଷର ସ୍ଛିର ଶାସନ ପରେ ବି ମୁକୁଳା ପଡିଛି ଉପକୂଳ
ଉପକୂଳ ସୁରକ୍ଷା ଢିଲା, ଚିନ୍ତା କଲାନି ପୂର୍ବ ବିଜେଡି ସରକାର
ପୁରୀ ଜିଲ୍ଲାର 4 ସାମୁଦ୍ରିକ ଥାନାରେ ଖାଲି ପଡିଛି 118 ମଞ୍ଜୁରୀ ପଦବୀ
ଏବେ ବିଜେପି ସରକାର ଉପରେ ଆଶା

ପୁରୀ ଜିଲ୍ଲାର ୨ଶହ କିଲୋମିଟର ପରିବ୍ୟାପ୍ତ ସମୁଦ୍ରକୂଳର ସୁରକ୍ଷା ସଠିକ ଢଙ୍ଗରେ ହୋଇପାରୁଛି ତ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ସାମୁଦ୍ରିକ ଥାନା ଗୁଡିକରେ ନାହାନ୍ତି ଆବଶ୍ୟକ କର୍ମଚାରୀ । ସମୁଦ୍ରକୂଳର ସୁରକ୍ଷା ପାଇଁ ଗଠନ ହୋଇଛି 4ଟି ସାମୁଦ୍ରିକ ଥାନା । ପେଣ୍ଠକଟା, ଚନ୍ଦ୍ରଭାଗା, ଅସ୍ତରଙ୍ଗ, ଅରଖକୁଦ । ଏହି ୪ ଥାନାରେ ମଞ୍ଜୁର ହୋଇଛି ୨୧୭ ପଦବୀ । ବିଡମ୍ବନାର ବିଷୟ ହେଲା ଏସବୁ ଥାନାରେ ଏବେ ବି ଖାଲି ପଡ଼ିଛି ୧୧୮ ପଦବୀ । ଗୋଟିଏ ପଟେ ଅନୁପ୍ରବେଶ ଚିନ୍ତା । ଅନ୍ୟପଟରେ ଡଲଫିନ ଓ ଅଲିଭ ରିଡଲେ ଙ୍କ ସୁରକ୍ଷାର ଦାୟିତ୍ଵ । ପୁଣି ବେଆଇନ ଟ୍ରଲର ଓ ବୋଟ ଉପରେ ଲାଗିପାରୁନି ରୋକ। ଅଭିଯୋଗ, ପୁରୀର ସମୁଦ୍ରକୂଳ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ମଞ୍ଜୁର ପଦବୀ ପୂରଣ ନ କରିପରିବା ତତ୍କାଳୀନ ସରକାରର ଅପାରଗତା।


ଅସଜଡା ଭିତ୍ତିଭୂମି ବି ବଢ଼ାଉଛି ଚିନ୍ତା । ସାଗର କବଚ ସମରାଭ୍ୟାସ କରୁଛନ୍ତି। ସାଗର ମିତ୍ର ଓ ଗୁଇନ୍ଦା ସହାୟତାରେ ସଜାଗ ଥିବା ଦର୍ଶାଇ ଆସୁଛି ସାମୁଦ୍ରିକ ପୋଲିସ । କିନ୍ତୁ କେଉଁଠି ଅନୁମତି ନଥାଇ ଜଳକ୍ରୀଡା ବୋଟ ଚାଲୁଛି ତ ଆଉ କେଉଁଠି ବେଆଇନ ଭାବେ ଟ୍ରଲର ଚାଲୁଛି। ଅନୁପ୍ରବେଶ ରୋକିବାକୁ ପୋଲିସ ପାଖରେ ଦ୍ରୁତଗାମୀ ବୋଟ ନାହିଁ । ଅନୁଭୂତି ସମ୍ପନ୍ନ କର୍ମଚାରୀ ବା ଅଧିକାରୀ ବି ନାହାନ୍ତି।ଉପକୂଳ ସୁରକ୍ଷା ପାଇଁ ଅତ୍ୟାଧୁନିକ ଉପକରଣ ଗୁଡିକ ବି ଧୀରେ ଧୀରେ ଅକାମୀ ହେଉଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।

ମଞ୍ଜୁର ପଦବୀ ପୂରଣ ନ ହେବା କାରଣରୁ ସମୁଦ୍ରକୂଳର ସୁରକ୍ଷା ଏବେ ମେରାଇନ ଥାନା ପାଇଁ ଚ୍ୟାଲେଞ୍ଜ ହୋଇଛି । ତେବେ ନୂଆ ସରକାର ଏହା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
118 sanctioned posts are lying vacant in 4 marine police stations in Puri district | Argus News