Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦଳୀୟ ଲୋକଙ୍କୁ ନବୀନ ଦେଇଥିଲେ କାଳିଆ ଟଙ୍କା !

Odisha

ଦଳୀୟ ଲୋକଙ୍କୁ ନବୀନ ଦେଇଥିଲେ କାଳିଆ ଟଙ୍କା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦଳୀୟ ଲୋକଙ୍କୁ ନବୀନ ଦେଇଥିଲେ କାଳିଆ ଟଙ୍କା !

Key Points

  • ଦଳୀୟ ଲୋକଙ୍କୁ ନବୀନ ଦେଇଥିଲେ କାଳିଆ ଟଙ୍କା
  • ସିଏଜି ରିପୋର୍ଟ କହିଲା ଅଯୋଗ୍ୟ ନେଇଗଲେ ୭୮୨ କୋଟି
  • ମନ୍ତ୍ରୀ କହିଲେ ତଦନ୍ତ ହେବା ପରେ...

ଅର୍ଗସ ବ୍ୟୁରୋ : ଚାଷୀଙ୍କ ଲାଭ ଲାଗି ନୁହେଁ ବରଂ ଭୋଟ୍‌ ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲା ନବୀନ ସରକାର । ସେଇଥି ଲାଗି ତ କେବଳ ନିଜ ଦଳର ଲୋକଙ୍କୁ ଟଙ୍କା ଦେଇଥିଲା ବିଜେଡି ସରକାର । ଯେଉଁଥି ଲାଗି ପାଖାପାଖି ୭୮୨ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଏବେ ବଡ଼ ପ୍ରମାଣ ମିଳିଛି । ନଜର ପକାନ୍ତୁ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍-ସିଏଜିଙ୍କ ଏଇ ରିପୋର୍ଟ ଉପରେ । ରିପୋର୍ଟ ଖୋଲିଦେଇଛି ନବୀନ ସରକାରଙ୍କ କାଳିଆ କେଳେଙ୍କାରୀର ପୋଲ୍ । ୨୦୧୯ ନିର୍ବାଚନୀ ବୈତରଣୀ ପାର ପାଇଁ ହୋଇଥିବା କାଳିଆ ଯୋଜନାରେ ବ୍ୟାପକ ଅନିୟମିତତାର ପ୍ରମାଣ ଲାଗିଛି ସିଏଜିଙ୍କ ହାତରେ ।

ନିର୍ବାଚନ ବୈତରଣୀ କେମିତି ବିଜେଡି ପାର ହେବ ସେନେଇ ଗୋଟିଏ ପରେ ଗୋଟିଏ ଯୋଜନା କରୁଥିଲା ବିଜେଡି । ଯୋଜନାକୁ କେହି ବିରୋଧ କରୁନାହାନ୍ତି । ହେଲେ ଯୋଜନା ନାଁରେ ଯେଉଁପରି ଭାବରେ ରାଜସ୍ଵ ଲୁଟ୍‌ କରିବାର ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳୁଛି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଖାଲି ଚର୍ଚ୍ଚା ଚାଲିଛି ତାହା ନୁହେଁ ବରଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବି ହେଉଛି ।

ରିପୋର୍ଟ ଅନୁସାରେ ରାଜ୍ୟରେ ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ବଣ୍ଟା ଯାଇଛି ୭୮୨ କୋଟି ଟଙ୍କା । ଏହି ଅଯୋଗ୍ୟ ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟରେ ନାମ ଏବଂ ଆଧାର କାର୍ଡରେ ନାଁ ଥିଲା ଅଲଗା । ସିଏଜି ରିପୋର୍ଟରେ କୁହାଯାଇଛି, କାଳିଆ ଯୋଜନା ପାଇଁ ବିଜେଡି ସରକାର ପ୍ରସ୍ତୁତ ନଥିଲେ । ୬ଟିରୁ ମାତ୍ର ୨ଟି କମ୍ପୋନେଣ୍ଟ ଲାଗୁ ହୋଇଥିଲା । ୪ଟି ଲାଗୁ ହୋଇନଥିଲା। ୨୦୧୯ରୁ୨୧ ବର୍ଷରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ଟଙ୍କା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୪୧.୬୪ ଲକ୍ଷଙ୍କୁ ତିନି ଥର, ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଦୁଇ ଥର ଏବଂ ୧୫ ଲକ୍ଷ ହିତାଧିକାରୀଙ୍କୁ କେବଳ ଥରେ କାଳିଆ କିସ୍ତି ଦିଆଯାଇଥିଲା । ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ୧୪ଲକ୍ଷ ୪ ହଜାର ଭୂମିହୀନ ଚାଷୀଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିନଥିବା ବେଳେ ଅଯୋଗ୍ୟଙ୍କୁ କୋଟି କୋଟି ଟଙ୍କା ମିଳିଛି । ତେବେ ସିଏଜି ରିପୋର୍ଟ ସାମ୍ନାକୁ ଆସିବା ପରେ ପୂର୍ବ ସରକାରକୁ ଘେରିଛି ବିଜେପି ଓ କଂଗ୍ରେସ । ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ବିରୋଧୀ ବିଜେଡି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ କାଳିଆ ଯୋଜନାରେ ମେଂଚା ମେଂଚା ଦୁର୍ନୀତି କରିଛି ବିଜେଡି । ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ ଖୋଦ୍ ନବୀନ । ହେଲେ ପରବର୍ତ୍ତୀ ସମୟରେ ୧୦ ହଜାର ବଦଳରେ ଚାଷୀଙ୍କୁ ମିଳିଲା ମାତ୍ର ୪ ହଜାର ଟଙ୍କା । ସେଥିରେ ପୁଣି ବ୍ୟାପକ ଅନିୟମିତତା ଏବେ ସାମ୍ନାକୁ ଆସିଥିବାରୁ ଚର୍ଚ୍ଚା ଜୋର । 

 

Sponsored
kalia-scheme | Argus News