Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ଗଳାବାଟରେ ଦର୍ଶନ କରାଇ ୧୨ଜଣ ନକଲି ଗୁମାସ୍ତା ଗିରଫ

Smruti Parija
Browse all articles by Smruti Parija
·11 months ago·1 min read
ଶ୍ରୀମନ୍ଦିରରେ ଗଳାବାଟରେ ଦର୍ଶନ କରାଇ ୧୨ଜଣ  ନକଲି ଗୁମାସ୍ତା ଗିରଫ

Key Points

ଗଳାବାଟରେ ଶ୍ରୀମନ୍ଦିରରେ ଦର୍ଶନ କରାଇବା ପଡିବ ମହଙ୍ଗା

ଏଭଳି କରି ଧରାପଡିଛନ୍ତି ୧୨ଜଣ ନକଲି ଗୁମାସ୍ତା

ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି

ଗଳାବାଟରେ ଶ୍ରୀମନ୍ଦିରରେ ଦର୍ଶନ କରାଇବା ଏବେ ପଡିବ ମହଙ୍ଗା। ଏଭଳି କରି ଧରାପଡିଛନ୍ତି ୧୨ଜଣ ନକଲି ଗୁମାସ୍ତା। ପୁରୀ ପୋଲିସକୁ ଏଭଳି ଅନେକ ଅଭିଯୋଗ ଆସୁଥିବା ବେଳେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି । ତେବେ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି।


ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ବିଷୟରେ ସେବାୟତ ଓ ସେମାନଙ୍କର ଗୁମାସ୍ତା ମାନେ ଯାତ୍ରୀମାନଙ୍କୁ ଟିକିନିଖି ତଥ୍ୟ ପ୍ରଦାନ କରିଥାନ୍ତି । କିନ୍ତୁ କିଛି ନକଲି ଗୁମାସ୍ତା ଓ ଅଣ ସେବାୟତଙ୍କ ଯୋଗୁ ଯାତ୍ରୀମାନେ ଠକାମୀ ସହ ଦୁର୍ବ୍ୟବହାରର ଶିକାର ମଧ୍ୟ ହୋଇଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ଅନେକ ଥର ଥାନାରେ ଅଭିଯୋଗ ହେବା ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ । ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ସୁବିଧାରେ ଦର୍ଶନ ଏବଂ ଠକାମୀର ଯେଭଳି ଶିକାର ନହେବେ ସେ ଦିଗରେ ପୋଲିସ ବିଶେଷ ଦୃଷ୍ଟି ଦେଇଛି । ଗିରଫ ହୋଇଥିବା ନକଲି ଗୁମାସ୍ତାଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାବେଳେ ବେଆଇନ୍ ଭାବେ ଏମାନେ ଗୁମାସ୍ତା କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି । ଆଗକୁ ମଧ୍ୟ ପୋଲିସ ପକ୍ଷରୁ ଏହି ଧରପଗଡ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Sponsored
12-fake-stewards-arrested-for-offering-darshan-at-puri-temple-in-a-mischievous-way-argusnews | Argus News