Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - NAC  ଘୋଷଣା କରାନଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା  

Odisha

NAC  ଘୋଷଣା କରାନଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା  

Manini Pattanayak
Browse all articles by Manini Pattanayak
·2 years ago·1 min read
NAC  ଘୋଷଣା କରାନଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା  

ବଲାଙ୍ଗିର:  NAC ଘୋଷଣା ପରେ ସାଧାରଣରେ ତେଜୁଛି ଅସନ୍ତୋଷ। ବାଦ୍ ପଡ଼ିଥିବା ଅଞ୍ଚଳରେ ତୀବ୍ର ହେଲାଣି ପ୍ରତିବାଦ। ବଲାଙ୍ଗୀର ଜିଲ୍ଲାର ଲୋଇସିଂହାକୁ NAC  ଘୋଷଣା କରାନଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦେଇଛି ଆଞ୍ଚଳିକ ବିକାଶ ପରିଷଦ। ଗତକାଲି ନୂଆ NAC ନେଇ ଘୋଷଣା ହେବା ପରେ ଗତ ସନ୍ଧ୍ୟାରେ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛି କଂଗ୍ରେସ। ଆଜି ଦଳଗତ ନିର୍ବିସେସର ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କରିଛି ।

ଦୀର୍ଘବର୍ଷ ହେଲା ଲୋଇସିଂହା କୁ NAC ଘୋଷଣା ଦାବିରେ ଆନ୍ଦୋଳନ ସହ ବଲାଙ୍ଗୀର - ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମାସର ଶେଷ ବୁଧବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖି ଦାବି ଉପସ୍ଥାପନ କରୁଆସୁଥିଲେ ଲୋଇସିଂହା ବାସୀ। ଅନ୍ୟପଟେ ବଙ୍ଗୋମୁଣ୍ଡାକୁ ମଧ୍ୟ NAC ଘୋଷଣା କରାନଯିବାକୁ ନେଇ ତେଜୁଛି ଅସନ୍ତୋଷ।  ବିଧାନସଭା ରେ ବିଭିନ୍ନ ସମୟ ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ଏ ନେଇ ବିଭାଗୀୟ ମନ୍ତ୍ରୀ ବଙ୍ଗୋମୁଣ୍ଡା କୁ ବିଜ୍ଞାପିତ ଅଂଚଳ ପରିଷଦ କରିବା ପାଇଁ ପ୍ରସ୍ତାବ ଅଛି ବୋଲି କହିଥିଲେ । ଅଥଚ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଜେଡି ସରକାର ପ୍ରତି ଅଞ୍ଚଳରେ ଦାନା ବାନ୍ଧୁଛି ଅସନ୍ତୋଷ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12-hour Loisingha is closed today | Argus News