Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୋଲେରୋ ଚେକିଂ ବେଳେ ବାହାରିଲା ୧୨ ଲକ୍ଷ ଟଙ୍କା, ୪ ଜଣ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ବୋଲେରୋ ଚେକିଂ ବେଳେ ବାହାରିଲା ୧୨ ଲକ୍ଷ ଟଙ୍କା, ୪ ଜଣ ଗିରଫ

Key Points

ଗତ ଦୁଇଦିନ ତଳେ ରାମପୁର ଥାନା ପୋଲିସ ରାମପୁର ଜଗନ୍ନାଥ ରୋଡରେ ଚେକିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିକୁ ଯାଞ୍ଚ କଲାବେଳେ ଗାଡ଼ି ଭିତରେ ଥିଲା ବିଡା ବିଡା ଟଙ୍କା ଦେଖିବାକୁ ମିଳିଥିଲା l ତେବେ ବୋଲେରୋରେ ଥିବା ଚାରି ଜଣକୁ ଓ ବୋଲେରୋ ଗାଡ଼ିକୁ ଜବତ କରି ଥାନାରେ ଦୁଇ ଦିନ ଧରି ଅଟକ ରଖିଥିଲା ପୋଲିସ l

ବୋଲେରୋ ଗାଡ଼ିରୁ ବାହରିଲା ୧୨ ଲକ୍ଷ l ଗାଡ଼ି ଚେକିଂ ବେଳେ ଧରିଲା ପୋଲିସ l ଏଭଳି ଏକ ଖବର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳରେ l ଗତ ଦୁଇଦିନ ତଳେ ରାମପୁର ଥାନା ପୋଲିସ ରାମପୁର ଜଗନ୍ନାଥ ରୋଡରେ ଚେକିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିକୁ ଯାଞ୍ଚ କଲାବେଳେ ଗାଡ଼ି ଭିତରେ ଥିଲା ବିଡା ବିଡା ଟଙ୍କା ଦେଖିବାକୁ ମିଳିଥିଲା l ତେବେ ବୋଲେରୋରେ ଥିବା ଚାରି ଜଣକୁ ଓ ବୋଲେରୋ ଗାଡ଼ିକୁ ଜବତ କରି ଥାନାରେ ଦୁଇ ଦିନ ଧରି ଅଟକ ରଖିଥିଲା ପୋଲିସ l ଏତେ ଟଙ୍କା କେଉଁଠୁ ଆସିଲା ଓ ଏତେ ଟଙ୍କା କାହାର ସେନେଇ ରାମପୁର ପୋଲିସ ଖୋଳତାଡ଼ କରିଥିଲା l


ହେଲେ ଗାଡ଼ିରେ ଥିବା ଚାରି ଜଣ ବ୍ୟକ୍ତି ସଠିକ୍ ପ୍ରମାଣ ନ ଦେଇ ପାରିବାରୁ ତାଙ୍କୁ ଗତକାଲି ଗିରଫ୍ କରି କୋର୍ଟ ଚାଲାଣ କରିଥିବା ରାମପୁର ଥାନା ଅଧିକାରୀ ପଦ୍ମlସିନୀ ମେହେର କହିଛନ୍ତି l ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ଡିମହୁଲ ଗ୍ରାମର ଭବାନୀ ଶଙ୍କର ବାରିକ, ସଚିନ ଖଟୁଆ, ଧୀରେନ୍ଦ୍ର ମାଝୀ ଏବଂ ସର୍ଗିପାଲି ଗାଁ ର ବୃନ୍ଦାବନ କୁନାର ବୋଲି ଜଣାପଡିଛି l ଏଥିରେ ଥିବା 12 ଲକ୍ଷ ଟଙ୍କାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଣି ଜମା ରଖା ଯାଇଥିବା ବେଳେ ଚାରି ଜଣକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12 lakh rupees recovered while checking Bolero, 4 arrested | Argus News