Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଳ ୱାଗନରେ କିଏ ରଖିଲା ଗୋଳାବାରୁଦ କାରଖାନାର ୧୨ ବୋମା ?

Odisha

ରେଳ ୱାଗନରେ କିଏ ରଖିଲା ଗୋଳାବାରୁଦ କାରଖାନାର ୧୨ ବୋମା ?

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରେଳ ୱାଗନରେ କିଏ ରଖିଲା ଗୋଳାବାରୁଦ କାରଖାନାର ୧୨ ବୋମା ?

କଣ୍ଟାବାଞ୍ଜି: ରେଳ ୱାଗନରୁ ମିଳିଲା ଗୋଳାବାରୁଦ କାରଖାନାର ବୋମା । ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେସନର ଏକ ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଛି । ଷ୍ଟେସନକୁ ଆସୁଥିବା ପ୍ରତିଟି ଟ୍ରେନର ୱାଗନ ଯାଞ୍ଚ କରାଯାଏ । ରବିବାର ଆସିଥିବା ଏକ ଟ୍ରେନ୍‌ ତନଖି ବେଳେ ଏକ ୱାଗନରେ ବୋମା ଦେଖିଥିଲେ ଅଧିକାରୀ ।


ୱାଗନରେ ଥିବା ୧୨ଟି ବୋମାକୁ ଅଧିକାରୀ ଜବତ କରିବା ସହ କେଉଁଠୁ, କିଏ ଆଣିଲା ଛାନଭିନ୍ କରିଥିଲେ । ତଦନ୍ତ ବେଳେ ଜଣାପଡ଼ିଥିଲା ୱାଗନରୁ ଜବତ ବୋମା ସଇଁତଳା ବଡ଼ମାଲ ସ୍ଥିତ ବଡ଼ମାଲ ଗୋଳାବାରୁଦ କରାଖାନାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଗୋଳାବାରୁଦ କାରଖାନାର ଫାଟକ ଡେଇଁ କେମିତି ବୋମା ବାହାରକୁ ଆସିଲା ? ଆଉ କିଏ ଆଣି ଟ୍ରେନ୍ ୱାଗନରେ ରଖିଲା ? ଏଥିରେ ଗୋଳାବାରୁଦ କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ? ଏନେଇ ନାନା ଚର୍ଚ୍ଚା ହେଉଥିବା ବେଳେ କଣ୍ଟାବାଞ୍ଜି ଷ୍ଟେସନ ମ୍ୟାନେଜର ଗୋଳାବାରୁଦ କର୍ତ୍ତୃପକ୍ଷଙ୍କୁ ଜବତ ବୋମା ହସ୍ତାନ୍ତର କରିଛନ୍ତି । ତେବେ ୱାଗନରେ ବୋମା ଆଣି କିଏ, କେଉଁ ପରିସ୍ଥିତିରେ ରଖିଲା ସେ ନେଇ ରେଲୱେ ତଦନ୍ତ କରିବା ଆବଶ୍ୟକ ।

Argus Whatsapp Channel Mobile Top
Sponsored
12 Live Bomb Found From Rail Wagon In Kantabanji | Argus News