Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାକିସ୍ତାନୀ ୨୭ ଏପ୍ରିଲ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପାକିସ୍ତାନୀ ୨୭ ଏପ୍ରିଲ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ

ଦୀର୍ଘକାଳୀନ ଭିସାରେ ଆସି ଓଡ଼ିଶାରେ ଅଛନ୍ତି ୧୨ ଜଣ ପାକିସ୍ତାନୀ। ସେମାନଙ୍କୁ ନୋଟିସ ଦେଇ ତୁରନ୍ତ ଭାରତ ଛାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ନାଇଛନ୍ତି ଭାରତ ସରକାର। ଭାରତରେ ରହୁଥିବା ପାକିସ୍ତାନୀ ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ ହୋଇଛି। ୨୭ ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ମେଡିକାଲ ଭିସା ୨୯ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ। ସେହିଭଳି ପାକିସ୍ତାନରେ ଥିବା ଭାରତୀୟ ନାଗରିକ ତୁରନ୍ତ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତରୁ ପାକିସ୍ତାନୀ ସେନା ଅଧିକାରୀମାନଙ୍କୁ ବହିଷ୍କାର ନିର୍ଦ୍ଦେଶ ଦିଆଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ଏହି ସମସ୍ତ ନିଷ୍ପତ୍ତି ନିଆଯାଇଛି। ସେପଟେ ପାକିସ୍ତାନରେ ରହୁଥିବା ଭାରତୀୟ ଦେଶ ଛାଡିବାକୁ ପାକିସ୍ତାନ ନିର୍ଦ୍ଦେଶ ଦେଇଛି। ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଘେରିବାକୁ ଭାରତ କୂଟନୈତିକ ପ୍ରୟାସ ଆରମ୍ଭ କରିଦେଇଛି।


ଜମ୍ମୁ ଓ କଶ୍ମୀରର ବନ୍ଦିପୋରରେ ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଅଲ୍‌ତାଫ ଲାଲିକୁ ନିପାତ କରିଛନ୍ତି ସୁରକ୍ଷା କର୍ମୀ। ସେହିଭଳି ପହଲଗାମ୍ ଆତଙ୍କୀ ହମ୍‌ଲା ସହିତ ଜଡିତ ଥିବା ଦୁଇ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛନ୍ତି ସୁରକ୍ଷା କର୍ମୀ। ଆତଙ୍କବାଦୀ ଆଦିଲ ହୁସେନ ଥୋକରଙ୍କ ବାସସ୍ଥାନକୁ ଆଇଇଡି ବ୍ୟବହାର କରି ଉଡ଼ାଇ ଦିଆଯାଇଥିବା ବେଳେ, ତ୍ରାଲରେ ଆସିଫ ଶେଖଙ୍କ ଘରକୁ ବୁଲଡୋଜର ମାଟିରେ ମିଶେଇ ଦେଇଛି।

Sponsored
12-pakistanis-are-in-odisha | Argus News