Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶାରୁ ଚିହ୍ନଟ ହେଲେ ୧୨ ପାକିସ୍ତାନୀ, ଆହୁରି ଲୁଚିକି ଅଛନ୍ତି

Odisha

ଓଡ଼ିଶାରୁ ଚିହ୍ନଟ ହେଲେ ୧୨ ପାକିସ୍ତାନୀ, ଆହୁରି ଲୁଚିକି ଅଛନ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଓଡ଼ିଶାରୁ ଚିହ୍ନଟ ହେଲେ ୧୨ ପାକିସ୍ତାନୀ, ଆହୁରି ଲୁଚିକି ଅଛନ୍ତି

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ପାକିସ୍ତାନୀ ଚିହ୍ନଟ କରାଯାଇଛି । ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ଉପରେ ନଜର ରଖିଛି ପୋଳିସ । ତାଙ୍କ ମଧ୍ୟରୁ ଜଣେ ରାଜ୍ୟ ଛାଡିଛନ୍ତି । ଯେଉଁମାନେ ଦୀର୍ଘକାଳୀନ ଭିସା ଆବେଦନ କରିଛନ୍ତି ସେମାନଙ୍କ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ଡିଜି ଓ୍ବାଇ. ବି. ଖୁରାନିଆ ସୂଚନା ଦେଇଛନ୍ତି ।

କୁହାଯାଇଛି ଓଡ଼ିଶାରୁ ବିଦା ହେବେ ପାକିସ୍ତାନୀ ଓ ବାଂଲାଦେଶୀ । ପଞ୍ଚାୟତ ସ୍ତରରେ ଚାଲିଛି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା । କିଛି ଲୋକଙ୍କ ତାଲିକା ସରକାର ପ୍ରସ୍ତୁତ କରିଛନ୍ତି । କେଉଁ ଦେଶର କେଉଁଠି ରହି କଣ କାମ କରୁଛନ୍ତି, ସେ ବାବଦରେ ସରକାର ଅବଗତ ଅଛନ୍ତି । ନିକଟରେ ଘଟିଥିବା ପହଲଗାମ ଆତଂକବାଦୀ ଆକ୍ରମଣ ପରେ ଚିନ୍ତିତ ଅଛନ୍ତି ସରକାର । ଯେଉଁମାନେ ଭିସା କିମ୍ବା ବିନା ଭିସାରେ ରହୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇଛି ।

ଯେଉଁ ୧୨ ଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ବି ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଧାର କାର୍ଡ, ଭୋଟର କାର୍ଡ ଯାଞ୍ଚ କରାଯାଉଛି । ସ୍ଥାନୀୟ ପ୍ରତିନିଧି ଓ ଲୋକଙ୍କଠାରୁ ମଧ୍ୟ ପରାମର୍ଶ ନିଆଯାଉଛି । ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କ ତାଲିକା ଗୃହ ବିଭାଗ ପାଖକୁ ଆସିବ । ଯେଉଁ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ସେମାନଙ୍କୁ ବିଦା କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ସେପଟେ ଓଡ଼ିଶାରେ ରାସନ କାର୍ଡ ହାତେଇଛନ୍ତି ପାକିସ୍ତାନୀ, ବାଲାଂଦେଶୀ, ମିଆଁମର ଓ ରୋହିଙ୍ଗ୍ୟା । ଖୁବଶୀଘ୍ର ଏମାନଙ୍କୁ ଚିହ୍ନଟ କରି ନିଆଯିବ ଆକ୍ସନ୍ । ସମସ୍ତଙ୍କର କଟିବ ରାସନକାର୍ଡ । ଓଡ଼ିଶାକୁ ଅନୁପ୍ରବେଶ କରି ରାସନକାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ କରାଯିବ । ରାଜ୍ୟ ସାରା ସର୍ଭେ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ଚିହ୍ନଟ କରି ରାସନକାର୍ଡରୁ ନାଁ କାଟିବାକୁ କୁହାଯାଇଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12 Pakistanis identified from Odisha, more are hiding | Argus News