Videos
|
Odisha

ଶ୍ରୀମନ୍ଦିରରେ 12ରୁ ପଞ୍ଚୁକ ନୀତି

Rashmita Mishra
Browse all articles by Rashmita Mishra
·1 year ago·1 min read
ଶ୍ରୀମନ୍ଦିରରେ 12ରୁ ପଞ୍ଚୁକ ନୀତି

ଅର୍ଗସ ବ୍ୟୁରୋ: ଆସନ୍ତା ୧୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପଞ୍ଚୁକ ନୀତି। ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ । କାର୍ତ୍ତିକ ମାସ ଆରମ୍ଭରୁ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ୧୨ ତାରିଖରେ ହେବ ଲକ୍ଷ୍ମୀନାରାୟଣ ବେଶ। ୧୩ରେ ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସେହିଦିନ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସୁନାବେଶ। ତେବେ ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବ ନାହିଁ। 

ପଞ୍ଚୁକରେ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକରୁ ବ୍ୟାରିକେଡ୍ କରାଯିବ। ଦର୍ଶନ ଓ ସୁରକ୍ଷା କାର୍ଯ୍ୟରେ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବେ ଏସପି କହିଛନ୍ତି। ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ସଂଖ୍ୟାରେ ଭକ୍ତ ସମୁଦ୍ରରେ ଡଙ୍ଗା ଭସାଇବାକୁ ଥିବାରୁ ବେଳାଭୂମିରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ ଲାଇଫଗାର୍ଡ ନିୟୋଜିତ କରାଯିବେ। 

ପଞ୍ଚୁକରେ ପୁରୀରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ପାଲଟିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

12 to Panchuka Nitti in the temple | Argus News