Videos
|
Odisha

୧୨ଶହ ଲିଟର ବେଆଇନ ଦେଶୀମଦ ସହ କାର ଜବତ: ଜଣେ ଗିରଫ

Ritu Das
Browse all articles by Ritu Das
·11 months ago·1 min read
୧୨ଶହ ଲିଟର ବେଆଇନ ଦେଶୀମଦ ସହ କାର ଜବତ: ଜଣେ ଗିରଫ

Key Points

୧୨ଶହ ଲିଟର ବେଆଇନ ଦେଶୀମଦ ସହ କାର ଜବତ

ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ମଧ୍ୟ କରାଯାଉଛି

ଦିନକୁ ଦିନ ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ମଧ୍ୟ କରାଯାଉଛି। ଆଜି ଖଲ୍ଲିକୋଟ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିଡାମୂଳ ଛକ ନିକଟରେ ଗୋଟିଏ କାରକୁ ଅଟକ ରଖି ଚଢ଼ାଉ କରିଥିଲା। ଗୋଟିଏ ମାରୁତି ସୁଜୁକି କାର ନମ୍ବର OR 02 BB 7447 ରେ କୋଡିଏଟି ପ୍ଳାଷ୍ଟିକ ବ୍ୟାଗରେ ୧୨ଶହ ଲିଟର ବେଆଇନ ଦେଶୀ ମଦ ବୋଝେଇ ହୋଇ ଯାଇଥିବା କାରଟିକୁ ଜବତ କରିବା ସହ ବେଆଇନ ଦେଶୀମଦକୁ ମଧ୍ୟ ଜବତ କରାଯାଇଥିଲା।


ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ରମ୍ଭା ଥାନା ଅନ୍ତର୍ଗତ ରମ୍ଭା ସହରର ପାଟଣା ଗୌଡ ସାହିର ମୃତ ହରିହର ବାରିକଙ୍କ ପୁଅ ଅଶୋକ ବାରିକ ବୋଲି ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
1200-liters-of-illegal-wine-seized-one-arrested | Argus News