Videos
|
Odisha

ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା

Smruti Parija
Browse all articles by Smruti Parija
·1 year ago·1 min read
ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା

ଅର୍ଗସ ବ୍ୟୁରୋ: ଜନତା ମୈଦାନରେ ସ୍ବତନ୍ତ୍ର ସମାରୋହରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପିଏମ ମୋଦି । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣଙ୍କୁ ମିଳିଲା ପ୍ରଥମ କିସ୍ତି । ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା 4 ହଜାର 999 ଟଙ୍କା ।  

ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କୃତଜ୍ଞତା ଜଣାଇଛନ୍ତି। ମୋଦି କହିଛନ୍ତି ମହିଳାଙ୍କ ହାତରେ ହେବ ଦେଶର ବିକାଶ। ଡବଲ୍ ଇଞ୍ଜିନ ସରକାରରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବିଜେପି। ସେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା କଥା ହେଉ ଅବା ରତ୍ନ ଭଣ୍ଡାର ଖୋଲିବା କଥା। ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିଛୁ। ଅନ୍ୟପଟେ ରାଜ୍ୟରେ ବିଜେପି ନଥିଲେ ମଧ୍ୟ କେନ୍ଦ୍ରରେ ବିଜେପି ସମୟରୁ ମୋଦିଙ୍କ ଫୋକସ୍ ରେ ଓଡ଼ିଶାର ବିକାଶ ରହିଥିବା କହିଛନ୍ତି ପିଏମ ମୋଦି।

ସେପଟେ ମୋଦିଙ୍କ ଅମଳରେ ଉଜ୍ଜ୍ବଳା ଯୋଜନାରୁ ନେଇ ବିଭିନ୍ନ ଯୋଜନା ଦେଶର କୋଟି କୋଟି ମାଆଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିବା କହି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଭଦ୍ରା ଯୋଜନାରେ ରାଜ୍ୟର ମାଆଙ୍କ ବିକାଶ ଆମର ଲକ୍ଷ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: