Videos
|
Odisha

ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରୋଗ୍ରାମରେ ଓଡିଶାର ୧୩ ଅଫିସିଆଲ

Smruti Parija
Browse all articles by Smruti Parija
·1 year ago·1 min read
ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରୋଗ୍ରାମରେ ଓଡିଶାର ୧୩ ଅଫିସିଆଲ

ଦିଲ୍ଲୀରେ ଆୟୋଜିତ ତୃତୀୟ ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରୋଗ୍ରାମରେ ଓଡିଶାର ୧୩ ଅଫିସିଆଲଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ଚଳିତ ମାସ ୨ ରୁ ୪ ମେ ୨୦୨୫ ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଷ୍ଟାଡିଅମ, ନୂଆଦିଲ୍ଲୀରେ ୱାର୍ଲ୍ଡ ପାରା ଆଥଲେଟିକସ ଓ ପାରାଅଲମ୍ପିକ କମିଟି ଅଫ୍ ଇଣ୍ଡିଆ ର ସଂଯୁକ୍ତ ୱ୍ୟବସ୍ଥାପନାରେ ତୃତୀୟ ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। ଏଥିରେ ଓଡିଶାରୁ ୧୩ ଜଣ ଟେକ୍ନିକାଲ ଅଫିସିଆଲ ଯୋଗଦେଇ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ।


ଯୋଗଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଥିଲେ:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୋଭାରାଣୀ ଡୋରା, ପତ୍ରପୁଷ୍ପ ମହାନ୍ତି (ଅଧ୍ୟାପିକା GCP), ପୂଜା ବେହେରା (କନିଷ୍ଠ କ୍ରୀଡା ପ୍ରଶିକ୍ଷକ), ଗୋପାଳ ସୋନି, ଦେବାଶିଷ ଦାସ, ବିକାଶ ସ୍ୱାଇଁ, ଲକ୍ଷ୍ମୀଧର ମହାନ୍ତି (କ୍ରୀଡା ଶିକ୍ଷକ), ଲିପ୍ସା ମିଶ୍ର, ମାଲବକା ମିଶ୍ର, ରୋନାଲି ସାହୁ, ବିଷ୍ଣୁପ୍ରିୟା ସାହୁ, ପ୍ରିୟରଞ୍ଜନ ନାୟକ, ଦେବାମୃତ ସାହୁ।


ଓଡିଶାର ପାରା କ୍ରୀଡାକୁ ତୃଣମୂଳ ସ୍ତରରେ ବିକାଶ କରିବା ଏବଂ ଉନ୍ନତି ପଥରେ ଆଗେଇ ନେବା ଲକ୍ଷ୍ୟରେ, ପାରା ସ୍ପୋର୍ଟ୍ସ ଆସୋସିଏସନ ଓଡିଶାର ସଭାପତି କମଳାକାନ୍ତ ରଥ ଓ ସମ୍ପାଦକ ସୁନୀଲ ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଓ ବଧାଇ ଜଣାଇଛନ୍ତି। ଏହି ପ୍ରଶିକ୍ଷଣ ପ୍ରୋଗ୍ରାମ ମାଧ୍ୟମରେ ଅଫିସିଆଲମାନେ ଆଗାମୀ World Para Athletics Championship 2025 ରେ ଦେଶକୁ ପ୍ରତିନିଧିତ୍ୱ କରି ଓଡିଶାର ଗର୍ବ ବଢ଼େଇବେ ବୋଲି ଆଶା କରାଯାଉଛି।ଏହି ସଫଳତା ଓଡିଶାର ପାରା କ୍ରୀଡାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି।

13-officials-from-odisha-participated-in-national-technical-officials-program | Argus News