Videos
|
Odisha

ବ୍ରହ୍ମପୁରରେ ସାମିଲ୍ ହେବ ସହର ତଳିରେ ଥିବା ୧୩ ପଞ୍ଚାୟତ

Rashmita Mishra
Browse all articles by Rashmita Mishra
·1 year ago·1 min read
ବ୍ରହ୍ମପୁରରେ ସାମିଲ୍ ହେବ ସହର ତଳିରେ ଥିବା ୧୩ ପଞ୍ଚାୟତ

Key Points

ବ୍ରହ୍ମପୁରରେ ସାମିଲ୍ ହେବ ସହର ତଳିରେ ଥିବା ୧୩ ପଞ୍ଚାୟତ
BeMC କାଉନସିଲ୍ ବୈଠକରେ ପାରିତ ହେଲା ପ୍ରସ୍ତାବ
ରାଜ୍ୟ ସରକାରଙ୍କ ଅନୁଧ୍ୟାନ ପରେ ଆରମ୍ଭ ହେବ ପ୍ରକ୍ରିୟା
ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ
ପଞ୍ଚାୟତ ଗୁଡ଼ିକର ହୋଇପାରିବ ଆର୍ଥିକ ଓ ସାମାଜିକ ବିକାଶ

ବ୍ରହ୍ମପୁର ଖୁବଶୀଘ୍ର ହେବାକୁ ଯାଉଛି ଗ୍ରେଟର୍ ତଥା ପୂର୍ଣ୍ଣାଙ୍ଗ ବ୍ରହ୍ମପୁର । ସହର ତଳିରେ ରହିଥିବା ୧୩ଟି ପଞ୍ଚାୟତ ସହରରେ ସାମିଲ ହେବା ନେଇ BeMC ବୈଠକରେ ରେଜୁଲେସନ୍ ପାରିତ ହୋଇଛି । ସହରର ସମସ୍ତ କର୍ପୋରେଟର ୧୩ଟି ପଞ୍ଚାୟତକୁ ସହରରେ ସାମିଲ କରାଯିବା ନେଇ ସମ୍ମତି ପ୍ରଦାନ କରିଛନ୍ତି ।


ରଙ୍ଗେଇଲୁଣ୍ଡା ବ୍ଳକର ୭ ପଞ୍ଚାୟତ ଡ଼ୁରା, ଗଉଞ୍ଜୁ, ଫୁଲଟା, ସାତକୁଟୁଣି, ଭାବିନୀପୁର, ହଳଦିଆପଦର, ବଡ଼କୁଶସ୍ଥଳୀ ଓ କୁକୁଡ଼ାଖଣ୍ଡି ବ୍ଳକର ୬ଟି ପଞ୍ଚାୟତ ଜଗଦଳପୁର, ଲାଠି, ଅନନ୍ତେଇ, ନିମଖଣ୍ଡି, ଆଙ୍କୁଶପୁ, ଦକ୍ଷିଣପୁର ବ୍ରହ୍ମପୁରରେ ମିଶିବ । BeMCରେ ପ୍ରସ୍ତାବ ପାରିତ ପରେ ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି । ସରକାର ଅନୁଧ୍ୟାନ କରିବା ପରେ ଖୁବଶୀଘ୍ର ୧୩ଟି ପଞ୍ଚାୟତ ବ୍ରହ୍ମପୁରରେ ସାମିଲ ହୋଇପାରିବ କହିଛନ୍ତି ବିଇଏମସି ମେୟର ଓ କମିଶନର ।


ଏହି ୧୩ ପଞ୍ଚାୟତ ବ୍ରହ୍ମପୁରରେ ମିଶିବା ଫଳରେ ସହର ପୂର୍ଣ୍ଣାଙ୍ଗ ହେବା ସହ ପଞ୍ଚାୟତ ଗୁଡ଼ିକର ମଧ୍ୟ ଆର୍ଥିକ, ସାମାଜିକ କ୍ଷେତ୍ରରେ ବିକାଶ ହୋଇପାରିବ । ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ସମର୍ଥନ କରାଯାଇଥିବା କହିଛନ୍ତି କର୍ପୋରେଟର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୮ ମସିହାରୁ ସହରକୁ ଲାଗି ରହିଥିବା ୧୮ଟି ପଞ୍ଚାୟତକୁ ସାମିଲ ନେଇ ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଦାବି କରି ଆସୁଥିଲା। ନିକଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ରେଜୁଲେସନ ମଗାଯାଇଥିଲା ।

13-panchayats-in-the-outskirts-of-the-city-will-be-included-in-berhampur | Argus News