Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଜଳିଗଲା ୧୩ରୁ ଊର୍ଦ୍ଧ୍ଵ ଦୋକାନ

Sushanta Sahoo
Browse all articles by Sushanta Sahoo
·1 year ago
କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଜଳିଗଲା ୧୩ରୁ ଊର୍ଦ୍ଧ୍ଵ ଦୋକାନ

କାକଟପୁର: ନିଆଁ ଆଁରେ ଜଳିଗଲା ୧୩ରୁ ଅଧିକ ଦୋକାନ । କୋଣାର୍କ ସୂର୍ଯ୍ୟ ମନ୍ଦିର ସାମ୍ନାରେ ଥିବା ଏକାଧିକ ଦୋକାନ ଜଳି ଯାଇଛି । ବିଳମ୍ବିତ ରାତିରେ ବାଉଁଶ ଜରିପାଲରେ ବନ୍ଧା ଅସ୍ଥାୟୀ ଦୋକାନ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା ।


ଦୋକାନ ଗୁଡ଼ିକ ଲାଗି ଲାଗି ରହିଥିବାରୁ ଗୋଟିଏ ପରେ ଗୋଟିଏ ହସ୍ତଶିଳ୍ପ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ରାତି ୧ରୁ ସକାଳ ଯାଏଁ ନିଆଁ ଲିଭାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ନିଆଁ କେମିତି ଲାଗିଲା ତାର କାରଣ ଏ ଯାଏଁ ଜଣାପଡ଼ିନି । ହସ୍ତଶିଳ୍ପ ଦୋକାନ ସହ କିଛି ଜଳଖିଆ ଦୋକାନ ମଧ୍ୟ ଜଳି ଯାଇଛି ।

Sponsored