Videos
|
Odisha

ବିଡିଏରେ ମିଶିବ ୧୩୪ ନୂତନ ରାଜସ୍ୱ ଗାଁ, ବଜେଟରେ ୧୫୩୬ କୋଟି ଟଙ୍କାର ଆପ୍ରୁଭ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଡିଏରେ ମିଶିବ ୧୩୪ ନୂତନ ରାଜସ୍ୱ ଗାଁ, ବଜେଟରେ ୧୫୩୬ କୋଟି ଟଙ୍କାର ଆପ୍ରୁଭ୍

ସମ୍ପ୍ରସାରିତ ହେବ ରାଜଧାନୀ। ବିଡିଏରେ ମିଶିବ ୧୩୪ ନୂତନ ରାଜସ୍ୱ ଗାଁ । ଖୁବଶୀଘ୍ର ହେବ ଟିପି ସ୍କିମ୍ । ରୋଡ଼ କନେକ୍ଟ ପାଇଁ ଵ୍ୟବସ୍ଥା କରାଯିବ । ଏନେଇ ବିଡିଏର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବଜେଟରେ ୧୫୩୬ କୋଟି ଟଙ୍କାର ଆପ୍ରୁଭ୍ ହୋଇଛି । ୧୩୪ ନୂତନ ରାଜସ୍ୱ ଗାଁ ବିଡିଏ ଅନ୍ତର୍ଭୁକ୍ତ କରାଯାଇଛି । ଏକ ନୂଆ ବିଲ୍ଡିଂ ମଧ୍ୟ ଚନ୍ଦ୍ରଶେଖରପୁର ନିକଟରେ କରାଯିବା ପାଇଁ ବିଡିଏ ପ୍ଲାନ କରିଛି । ରେଲୱେ ପାଖାପାଖି ଅଞ୍ଚଳରେ ନୂଆ ଉନ୍ନତମାନର ପ୍ଲାନିଂ କାମ ହେବ ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡ୍ରେନ କାମର ଅତ୍ୟନ୍ତ ଆବଶ୍ୟକତା ଅଛି ବୋଲି ବିଡିଏ ଅନୁଭବ କରିଛି ତାହା ମଧ୍ୟ ଖୁବଶୀଘ୍ର ହେବ । ଏଭଳି ବହୁତ ଯୋଜନା କରାଯାଇଛି । ଯାହା ଫଳରେ ବିଡିଏ ସମୃଦ୍ଧ ହେବ, ଭୁବନେଶ୍ୱର ସୁନ୍ଦର ହେବ ବୋଲି କହିଛନ୍ତି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
134-new-revenue-villages-to-be-included-in-bda-rs-1536-crore-approved-in-budget | Argus News