୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶାର ୧୪ ଚାଷୀ

ଓଡ଼ିଶାର ଚାଷୀ ଯିବେ ମାଲେସିଆ । ଆସନ୍ତାକାଲିଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶାର ୧୪ ଚାଷୀ । ସେମାନଙ୍କ ସହ ଗସ୍ତରେ ରହିବେ ୧୪ କୃଷି ଅଧିକାରୀ । ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଫ୍ଲାଗ୍ ଅଫ୍ କରି ଏହାକୁ ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗ (DoWR) ଏବଂ BIRD, ଲକ୍ଷ୍ନୌ ର ମିଳିତ ସହଯୋଗରେ ଆସନ୍ତା ଅପ୍ରିଲ ୧୯ ରୁ ୨୬ ତାରିଖ ପର୍ଯ୍ୟନ୍ତ ମନୋନୀତ କୃଷକ ଏବଂ ଅଧିକାରୀମାନଙ୍କ ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ବିତ ଜଳସେଚନ ପ୍ରକଳ୍ପ (OIIPCRA) ଅଧୀନରେ ୭ ଦିନିଆ ମାଲେସିଆ ଗସ୍ତରେ ରହିବେ ।
ମାଲେସିଆରେ ଚାଷୀ ଶିଖିବେ ନୂଆ ଚାଷ ପ୍ରଣାଳୀ । ଓଡ଼ିଶାରେ ଆସି ସେଠାକାର ଚାଷ ପ୍ରଣାଳୀ , ବିକ୍ରିକରଣ ଉପରେ କାମ ମଧ୍ୟ କରିବେ । ଏହି ମାଲେସିଆ ଗସ୍ତ ହଲି ଡେ ଟୁର ନ ଭାବି ଏକ ଲର୍ଣ୍ଣିଂ ଟୁର୍ ଭାବେ ଆପଣେଇବାକୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । ବିଭାଗୀୟ ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଛନ୍ତି । ଚାଷୀମାନେ ସେଠାରୁ ଫେରିବା ପରେ ନିଜର ପ୍ରତିଦିନର ଅନୁଭବ , ଅନୁଭୂତିକୁ ନେଇ ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ଓ ଏହାକୁ ୩ ଦିନ ମଧ୍ୟରେ ଅଧିକାରୀଙ୍କୁ ଦେବେ ।
📱 Get Argus News App
✨ଏଥିରେ ବିଚ୍ୟୁତି ହେଲେ ସରକାର ଅଧିକାରୀଙ୍କ ଉପରେ ଆକ୍ସନ ନେବେ । ବିଭିନ୍ନ ଜିଲ୍ଲାର ୧୪ ଚାଷୀ ମାନେ ବେଶ ଖୁସି । ପ୍ରଥମ ଥର ଭାରତ ବାହାରକୁ ଯିବେ ସେଠାରେ ନୂଆ ଟେକନିକ ଶିଖିବେ ସେ ନେଇ ଉତ୍ସାହିତ ଥିବା ପ୍ରତିକ୍ରିୟାରେ କହିଛନ୍ତି ।
