Videos
|
Odisha

ଆସନ୍ତାକାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶାର ୧୪ ଚାଷୀ

Ritu Das
Browse all articles by Ritu Das
·1 year ago·1 min read
ଆସନ୍ତାକାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶାର ୧୪ ଚାଷୀ

ଓଡ଼ିଶାର ଚାଷୀ ଯିବେ ମାଲେସିଆ। ଆଜିଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶାର ୧୪ ଚାଷୀ । ସେମାନଙ୍କ ସହ ଗସ୍ତରେ ରହିବେ ୧୪ କୃଷି ଅଧିକାରୀ । କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଫ୍ଲାଗ୍ ଅଫ୍ କରି ଏହାକୁ ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଜଳ ସମ୍ପଦ ବିଭାଗ (DoWR) ଏବଂ BIRD, ଲକ୍ଷ୍ନୌର ମିଳିତ ସ‌ହ‌ଯୋଗରେ ଆସନ୍ତା ଅପ୍ରିଲ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ମନୋନୀତ କୃଷକ ଏବଂ ଅଧିକାରୀମାନଙ୍କ ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ବିତ ଜଳସେଚନ ପ୍ରକଳ୍ପ (OIIPCRA) ଅଧିନରେ ମାଲେସିଆ ଗସ୍ତରେ ରହିବେ। ମାଲେସିଆରେ ଚାଷୀ ଶିଖିବେ ନୂଆ ଚାଷ ପ୍ରଣାଳୀ ।


ଓଡ଼ିଶାରେ ଆସି ସେଠାକାର ଚାଷ ପ୍ରଣାଳୀ, ବିକ୍ରିକରଣ ଉପରେ କାମ ମଧ୍ୟ କରିବେ। ଏହି ମାଲେସିଆ ଗସ୍ତ ହଲି ଡେ ଟୁର୍ ନଭାବି ଏକ ଲର୍ଣ୍ଣିଂ ଟୁର୍ ଭାବେ ଆପଣେଇବାକୁ କହିଛନ୍ତି କୃଷିମନ୍ତ୍ରୀ କେ.ଭି ସିଂଦେଓ । ଚାଷୀମାନେ ସେଠାରୁ ଫେରିବା ପରେ ନିଜ ପ୍ରତିଦିନର ଅନୁଭବ, ଅନୁଭୂତିକୁ ନେଇ ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ଓ ଏହାକୁ ୩ ଦିନ ମଧ୍ୟରେ ଅଧିକାରୀଙ୍କୁ ଦେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
14-farmers-from-odisha-to-go-on-7-day-visit-to-malaysia-from-tomorrow | Argus News