ହଇଜା ସ୍ଥିତି ପାଇଁ ଗ୍ରାଉଣ୍ଡରେ ୧୪ ଜଣିଆ କେନ୍ଦ୍ରୀୟ ଟିମର ତନାଘନା

Key Points
ଯାଜପୁରରେ ହଇଜା ସ୍ଥିତି କେମିତି ଅଛି
ଗ୍ରାଉଣ୍ଡ ଜିରୋରେ ପହଂଚିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଗ୍ରାଉଣ୍ଡରେ ୧୪ଜଣିଆ କେନ୍ଦ୍ରୀୟ ଟିମରବି ତନାଘନା
ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ପିଇବା ପାଣିର ମୁଳ ଉତ୍ସକୁ କରାଯିବ ଡିସଇନଫେକସନ
ଚେନକୁ ବ୍ରେକ କରିବାକୁ ପଡିବ, ଜୋରଦାର କରାଯିବ ମନିଟରିଂ
ଆଜି ଗ୍ରାଉଣ୍ଡ ଜିରୋରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଂଚି ଯାଜପୁର ମେଡିକାଲ, ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ରୋଗୀଙ୍କ ସହ ସିଧା ସିଧା କଥା ହୋଇଛନ୍ତି ମନ୍ତ୍ରୀ । ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଧର୍ମଶାଳା ଏବଂ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଆକ୍ରାନ୍ତ ହେବାର କାରଣ ପଚାରି ବୁଝିଥିଲେ। ତାପରେ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟରେ ଆକ୍ରାନ୍ତ ମାନଙ୍କୁ ଭେଟିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଏବେ ମୁଖ୍ୟତ ୩ଟି ଦିଗ ଉପରେ ଗୁରୁତ୍ବ ଦେଉଛନ୍ତି ।
1. ପିଇବା ପାଣିର ମୁଳ ଉତ୍ସକୁ ଡିସଇନଫେକସନ କରାଯିବ
2. ଚେନକୁ ବ୍ରେକ କରିବାକୁ ପଡିବ । ଫ୍ୟାମିଲି ମ୍ୟାପିଂ କରାଯିବ । ରୋଗୀଙ୍କ ସମ୍ପର୍କରେ ଆସୁଥଷିବା ବ୍ୟକ୍ତିଙ୍କୁ ଡକସି ସାଇକ୍ଲିନ ଇଞ୍ଜେକସନ ଦିଆଯିବ ।
3.. ମନିଟରିଂକୁ ଜୋରଦାର କରାଯିବ
ଯାଜପୁରରେ ହଇଜାର କାରଣ ଖୋଜା ଚାଲିଛି । ଗ୍ରାଉଣ୍ଡରେ ହଇଜା ସ୍ଥିତି ସମୀକ୍ଷା କରୁଛନ୍ତି ୧୪ଜଣିଆ କେନ୍ଦ୍ରୀୟ ଟିମ୍ । ଏହି ୧୪ ଜଣିଆ ଟିମ ପ୍ରତି ବ୍ଲକକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଖାଲି ସେତିକି ନୁହେଁ ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରୁ ମଧ୍ୟ ୫ ଟି ଟିମ ଆସୁଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ICMR, NCDC, WHO ଓ ଖାଦ୍ୟ ନିରାପତ୍ତା ସଦସ୍ୟ । ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୨୮୦ ରହିଛି। ଜିଲ୍ଲାର ୬ଟି ବ୍ଲକରେ ବ୍ୟାପିଛି।
📱 Get Argus News App
✨ଅନ୍ୟପଟେ ଝାଡାବାନ୍ତିରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ୮୪ଜଣ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ଟି ନମୂନା ହଇଜା ପଜିଟିଭ୍ ଚିହ୍ନଟ ହୋଇଛି । ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ରୋଗ ବୃଦ୍ଧି ପାଉଥିବାରୁ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ତୁରନ୍ତ ପ୍ରତିଷେଧକ ଏବଂ ପ୍ରତିକ୍ରିୟା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟ ନିର୍ଦ୍ଦେଶଗୁଡ଼ିକ ହେଲା -
ପାନୀୟ ଜଳ ଉତ୍ସଗୁଡିକର ତୁରନ୍ତ ଯାଞ୍ଚ
ପରିମଳ ସମ୍ଭାବ୍ୟ ହଟସ୍ପଟ୍ ଚିହ୍ନଟ
ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
ସ୍ୱାସ୍ଥ୍ୟ ବିଭାଗ ଦଳ ସହିତ ସମନ୍ୱୟ ରକ୍ଷା
କ୍ଷେତ୍ର କର୍ମଚାରୀଙ୍କ ସମ୍ବେଦନଶୀଳତା ଏବଂ ସ୍ୱଚ୍ଛତା ଅଭ୍ୟାସ
ଜରୁରୀକାଳୀନ ଜଳର ଗୁଣବତ୍ତା ଯାଞ୍ଚ
ପରିମଳ ଅଭିଯାନ ବୃଦ୍ଧି
ଜନସଚେତନତା ଅଭିଯାନକୁ ବ୍ୟାପକ କରିବା
ପାଣିରେ ମିଶୁଛି ଅଶୁଦ୍ଧ ପାଣି । କଟକ ୫୨ନଂ ଓ୍ଵାର୍ଡରେ ପିଇବା ପାଣି ପାଇପ ଲାଇନ ସଂଯୋଗ ସ୍ଥାନରେ ଅଳିଆ ଆବର୍ଜନା ଗଦାହୋଇ ରହିଛି। ଅଳ୍ପ ବର୍ଷା ହେଲେ ପାଇପ ଲାଇନ ନାଳନର୍ଦ୍ଦମାର ପାଣିରେ ବୁଡି ଯିବାର ଆଶଙ୍କା । ଏହା ଉପରେ ଦୃଷ୍ଟି ଦେବାର ସମୟ ଆସିଛି ।