Videos
|
Odisha

ସାଉଥ ଆଫ୍ରିକା ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ 

Manini Pattanayak
Browse all articles by Manini Pattanayak
·2 years ago·2 min read
ସାଉଥ ଆଫ୍ରିକା ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ 

କେନ୍ଦ୍ରାପଡା : ସାଉଥ ଆଫ୍ରିକା ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ ।  ସାଉଥ ଆଫ୍ରିକାର ଗାବନ୍‌ରେ ନିର୍ଯାତିତ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।  ଭଲ  ଦିଇ ପଇସା ରୋଜଗାର କରିବା  ଆଶା ଆଉ ପରିବାର ମୁହଁରେ ହସ ଦେବା ପାଇଁ ଚାଲିଯାଇଥିଲେ ବିଦେଶ।  କିନ୍ତୁ ବିଦେଶରେ ମାଲିକର ନିର୍ଯ୍ୟାତନା ଅସହ୍ୟ ହେବାରୁ ଭିଡିଓ ମାଧ୍ୟମ୍ୟରେ ଶ୍ରମିକମାନେ ଉଦ୍ଧାର ପାଇଁ  ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।    l  ସେମାନେ କହିଛନ୍ତି ଯେ ସେମାନଙ୍କ ସହିତ ଅନ୍ୟ ରାଜ୍ୟର ୭ ଜଣ ଶ୍ରମିକ ରହିଛନ୍ତି l ଏବେ ସେଠାରେ ମୋଟ ୨୧ ଜଣ ଶ୍ରମିକ ବିଭିନ୍ନ ଅସୁବୁଧlର ସମ୍ମୁଖୀନ ହେଉଥିବା କହିଛନ୍ତି l ଏହି ୨୧ ଜଣ ଶ୍ରମିକଙ୍କୁ କମ୍ପାନୀ  ୪ ମାସ ହେବ ଦରମା ଦେଇନାହିଁ । ଆମେ ଜଙ୍ଗଲ ଭିତରେ ଥିବା କମ୍ପାନୀ ରେ ରହୁଛୁ।  ଏଠାରେ ବିଦ୍ୟୁତ ନାହିଁ, ଜେନେରେଟର ଚାଲିଲେ ପାଣି ଆସିବ l

କମ୍ପାନୀ ମାଲିକ ଆଉ ଜେନେରେଟର ଚଲାଉ ନଥିବାରୁ ପାଣି ଆସୁ ନାହିଁ। ତେଣୁ ପିଇବାକୁ ପାଣି ନାହିଁ କି ରୋଷେଇ କରି ଖାଇବାକୁ ପାଣି ନାହିଁ l ଭାରତ ସରକାର ଓ ଓଡ଼ିଶା ସରକାର ଆମକୁ ଏଠାରୁ ଉଦ୍ଧାର କରିବାକୁ ୨୧ ଜଣ ଶ୍ରମିକ ନିବେଦନ କରିଛନ୍ତି ।  ଏ ଭିଡ଼ିଓ  ପରିବାର ଲୋକେ ଦେଖିବା ପରେ ଘରେ କାନ୍ଦ ବୋବାଳି ରେ ଫାଟି ପଡୁଛି।  କେଉଁଠି ସ୍ତ୍ରୀ ତାର ସ୍ୱାମୀ କେମିତି ଫେରିବ ସେ ଚିନ୍ତରେ କାନ୍ଦି ଥିବା ବେଳେ ମା ତା ପୁଅ କେମିତି ଭଲରେ ଫେରିବ କାନ୍ଦୁ ଥିବା ଦେଖିବାକୁ ମିଳିଛି।  ଯେଉଁ ପୁଅ ଘରର ଅସୁବିଧା ପାଇଁ ବାହାରକୁ ଯାଇଥିଲା ସେ ତିନି ମାସ ହେବ ଘରକୁ ପଇସା ନଦେବା ଦ୍ୱାରା ମଧ୍ୟ ଚୁଲି ଜାଳିବା କଷ୍ଟ ସାଧ୍ୟ ହେଲାଣି ତୁରନ୍ତ ଭାରତ ସରକାର ଏବଂ ଓଡ଼ିଶା ସରକାର ସେମାନଙ୍କୁ ସହଯୋଗ କରିବା ସହିତ କମ୍ପାନୀ ସେମାନଙ୍କ ଦରମା ଦେବାର ବ୍ୟବସ୍ଥା କରି ଭାରତ ଫେରାଇ ଆଣିବାକୁ ସେମାନେ ଅନୁରୋଧ କରିଛନ୍ତି । 
 ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: