|
logo
Live

Argus News - ଓଡ଼ିଶାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ: ମୃତ ବାଘ ସଂଖ୍ୟାଠୁ ଜବତ ହେଉଛି ଅଧିକ ଛାଲ

Odisha

ଓଡ଼ିଶାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ: ମୃତ ବାଘ ସଂଖ୍ୟାଠୁ ଜବତ ହେଉଛି ଅଧିକ ଛାଲ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଓଡ଼ିଶାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ: ମୃତ ବାଘ ସଂଖ୍ୟାଠୁ ଜବତ ହେଉଛି ଅଧିକ ଛାଲ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ମାତିଛନ୍ତି ବନ୍ୟ ଜନ୍ତୁ ଶିକାରୀ । କେବେ ଛାଲ ପାଇଁ ବାଘକୁ ମାରୁଛନ୍ତି ତ ଆଉ କେବେ ଦାନ୍ତ ପାଇଁ ଦନ୍ତା ଶିକାର କରୁଛନ୍ତି । ରାଜ୍ୟରେ ଶିକାରୀଙ୍କ ଶିକାର ହୋଇଥିବା ବାଘ ସଂଖ୍ୟା ଠାରୁ ଅଧିକ ଛାଲ ଜବତ ହେଉଛି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଧାନସଭାରେ ଏ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।


ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ବିଗତ ୩ ବର୍ଷରେ ରାଜ୍ୟରେ ୨ଟି ମହାବଳ ବାଘ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛି । ସମାନ ସମୟରେ ୬ଟି ମହାବଳ ବାଘ ଛାଲ ଏବଂ ୬୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଶମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ସର୍ବାଧିକ ବାଘ ଅଛନ୍ତି ।


ମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟର ୨୮ଟି ବନଖଣ୍ଡ ଅଞ୍ଚଳରେ ୨୧୦୩ ହାତୀ ଥିବା ୨୦୨୪ ମସିହା ହାତୀ ଗଣନାରୁ ଜଣାପଡ଼ିଛି । ସେଥି ମଧ୍ୟରୁ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ ହାତୀ ରହିଥିବା ବେଳେ ଗତ ୩ ବର୍ଷରେ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୪୧ଗୋଟି ହାତୀଙ୍କ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସରକାର ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ଵାରା ବନ୍ୟପ୍ରାଣୀ ଓ ଶିକାରୀ ନିରୀକ୍ଷଣ କରୁଛନ୍ତି । ଗଜସାଥିଙ୍କୁ ମୁତୟନ କରାଯାଇଥିବା ବେଳେ ଶିକାର ନେଇ ସୂଚନା ଦେଲେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି । ଏହା ଛଡ଼ା ସରକାର ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରୁଛନ୍ତି । ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆ ଯାଉଛି ।

Sponsored
ଓଡ଼ିଶାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ: ମୃତ ବାଘ ସଂଖ୍ୟାଠୁ ଜବତ ହେଉଛି ଅଧିକ ଛାଲ | Argus News