Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ୍ୟା ଘେରରେ ସାରସକଣା ବ୍ଲକର ୧୪ଟି ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବନ୍ୟା ଘେରରେ ସାରସକଣା ବ୍ଲକର ୧୪ଟି ଗାଁ

Key Points

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର
ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା,ଜଳକା-ବୁଢାବଳଙ୍ଗରେ କମିଛି ଜଳସ୍ତର
ବାଲିଆପାଳ, ବସ୍ତା, ଜଳେଶ୍ଵର ଓ ଭୋଗରାଇର ଶତାଧିକ ଗାଁ ଜଳମଗ୍ନ
କେନାଲରେ ଭାସିଯାଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଯୁବକ ମୃତ
ବନ୍ୟା ଘେରରେ ମୟୂରଭଞ୍ଜ ସାରସକଣା ବ୍ଲକର ୧୪ଟି ଗାଁ
ମହୁଭଣ୍ଡାର ଠାରେ ଧସିଲା ଶିମିଳିପାଳ ଅଭୟାରଣ୍ୟକୁ ମୁଖ୍ୟ ରାସ୍ତା

ବନ୍ୟା ପାଣିରେ ଉବୁଟୁବୁ ଉତ୍ତର ଓଡ଼ିଶା। ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଯୋଗୁଁ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ବହୁ ଅଞ୍ଚଳ ବନ୍ୟା ଘେରରେ। ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳକା ଓ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଂକେତ ଉପରେ ପ୍ରବହିତ ହଉଛି। ଫଳରେ ବସ୍ତା ବ୍ଲକର କୁରିଆ, ଜମାଲପୁର, ବେଗୁନିଆ, ପତ୍ରଝଡା ପଞ୍ଚାୟତରେ ବନ୍ୟା ସୃଷ୍ଟି ହୋଇଛି। ସେପଟେ ସୁବର୍ଣ୍ଣରେଖାର ଜଳସ୍ତର ବଢି ଭୋଗରାଇ ବ୍ଲକର ୧୦ପଞ୍ଚାୟତ ସମେତ ବାଲିଆପାଳର ଜାମକୁଣ୍ଡା, ବିଷ୍ଣୁପୁର, ମଧୁପୁରା, ଅସ୍ତି ଆଦି ୪ ପଞ୍ଚାୟତରେ ବନ୍ୟା ଦେଖାଦେଇଛି । ଏଥିଯୋଗୁଁ ହଜାର ହଜାର ହେକ୍ଟର ଜମିରେ ପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ଥ ହୋଇଛି।


ବାଲେଶ୍ବର ୪ଟି ବ୍ଲକର ୨୨୨ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୩ ହଜାର ଲୋକଙ୍କୁ ୧୭ଟି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୬ଟି ODRF ଓ ୧୨ଟି ଅଗ୍ନିଶମ ବିଭାଗର ଟିମ୍ ଉଦ୍ଧାର କାର୍ଯ୍ୟରେ ମୃତୟନ ହୋଇଛନ୍ତି । ଜଳକା ଓ ବୁଢାବଳଙ୍ଗ ନଦୀର ଜଳସ୍ତର କମିଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଡୁଛି। ଆସନ୍ତା ୨୪ଘଣ୍ଟା ବାଲେଶ୍ବର ପାଇଁ ବନ୍ୟା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସରକାର ଏଦିଗରେ ସଚେତନ ଅଛନ୍ତି। RDC ଙ୍କ ସମେତ ବାଲେଶ୍ବର ଜିଲ୍ଲାପାଳ ବନ୍ୟାଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।

ସେପଟେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା କମିଥିଲେ ବି କେତେକ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ବୁଢାବଳଙ୍ଗ ସମେତ ଜମ୍ଭୀରା , ଗଙ୍ଗାହାର, ସୋନ, କାଳ ନଦୀରେ ଜଳସ୍ତର କମୁଛି । ତେବେ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜର ୮ଟି ଗେଟ ଖୋଲାଯିବା କାରଣରୁ ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସାରସକଣା ବ୍ଲକର ୭ଟି ପଞ୍ଚାୟତର ୧୪ଟି ଗାଁରେ ବନ୍ୟା ପରିସ୍ଥିତି ଏବେବି ଲାଗିରହିଛି । ଏହି ଅଞ୍ଚଳର ପ୍ରାୟ ଏକ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ୯ ଟି ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଓ ବିଡିଓ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପ୍ରବଳ ବର୍ଷା ଯୋଗୁଁ କରଞ୍ଜିଆ NACର ୱାର୍ଡ ନମ୍ବର 2ରେ ଲୋକଙ୍କ ଘରେ ପାଣି ପଶିଛି। ଡ୍ରେନ ଗୁଡିକ ସଫା ହୋଇନଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଜାତୀୟ ଉଦ୍ୟାନରେ ଭୂସ୍ଖଳନ ଘଟି ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିବା ମୁଖ୍ୟ ରାସ୍ତା ମହୁଭଣ୍ଡାର ଠାରେ ଧସିଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ଶନିବାର ବାରିପଦା ସହରର ପଶିଥିବା ବର୍ଷା ଜଳ ଧିରେ ଧିରେ ନିଷ୍କାସିତ ହେଉଛି। ବନ୍ୟା ଜଳ ଅଧିକ ପ୍ରବାହିତ ହେବାକୁ ରାଇରଙ୍ଗପୁର ଏକଡାଳି ଗାଁରେ କ୍ୟାନାଲରେ ଭାସିଯାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ କୁ ନଜରରେ ସୋମବାର ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି କରାଯାଇଥିବା ବେଳେ ଜିଲ୍ଲାରେ ୩ ଦିନ ପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ତେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
14-villages-in-saraskana-block-affected-by-floods | Argus News