Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବଲପୁରରେ ଲୋକାର୍ପିତ ହେଲା ୧୫ PCR ଭ୍ୟାନ୍

Odisha

ସମ୍ବଲପୁରରେ ଲୋକାର୍ପିତ ହେଲା ୧୫ PCR ଭ୍ୟାନ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସମ୍ବଲପୁରରେ ଲୋକାର୍ପିତ ହେଲା ୧୫ PCR ଭ୍ୟାନ୍

ସମ୍ବଲପୁର ପୋଲିସ ସୁରକ୍ଷା ବ୍ୟବସ୍ଥାରେ ଯୋଡିହେଲା ଆଉ ଏକ ଫର୍ଦ୍ଦ। ଆଜି ପବିତ୍ର ରାମ ନବମୀରେ ଲୋକାର୍ପିତ ହୋଇଛି ପିସିଆର୍ ଯାନ ସହ ଡାଏଲ ୧୧୨ ସୁବିଧା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ୧୧୨ ଡାଏଲ୍ ସୁବିଧାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜି ଶୁଭାରମ୍ଭ ହୋଇଥିବା ୧୫ଟି ଅତ୍ୟାଧୁନିକ ପିସିଆରରେ ୩୬୦ ଡିଗ୍ରୀ ପିଟିଜେଡ୍ କ୍ୟାମେରା, ଜିପିଏସ୍ ସହ ସମସ୍ତ ଆନୁସଙ୍ଗିକ ସୁବିଧା ରହିଛି। ଯାହା ସମ୍ବଲପୁରରେ ଅପରାଧ ନିୟନ୍ତ୍ରଣ କରିବାରେ ସହାୟକ ହେବ।


ଲୋକାର୍ପିତ ହୋଇଥିବା ୧୫ ଟି ପିସିଆରରୁ ୧୨ ଟି ଗାଡ଼ି ସମ୍ବଲପୁରର ସହରରେ ରହିବ। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ଦ୍ବାରା ସ୍ୱଳ୍ପ ସମୟ ମଧ୍ୟରେ ଲୋକମାନେ କରୁଥିବା ଅଭିଯୋଗ ସ୍ଥାନ କରିହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡ଼ିଶାରେ ଆଇନଶୃଙ୍ଖଳାକୁ ଆହୁରି ମଜଭୂତ୍ କରିବା ତଥା ସମ୍ବଲପୁର ସହରରେ ଅପରାଧିକ ଘଟଣାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବିଶେଷ ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସୁବିଧା ଗୁଡ଼ିକ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ସୁରକ୍ଷା ଦେବା ଦିଗରେ ଅଧିକ ସହଯୋଗୀ ହେବ ବୋଲି ସେ କହିଛନ୍ତି ।

Education Next Season 5
Sponsored
15 PCR vans inaugurated in Sambalpur | Argus News