Videos
|
Odisha

ଜବତ ହେଲା ୧୫ ଟି ଚୋରି ଗାଡ଼ି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜବତ ହେଲା ୧୫ ଟି ଚୋରି ଗାଡ଼ି

Key Points

୮ ତାରିଖରେ ଖଡ଼ିଆଳରେ ୮ ଟି ବାଇକ୍  ଚୋରି ହୋଇଥିଲା

୧୫ ବାଇକ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କଲା ପୋଲିସ 

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୁ ବଡ ସଫଳତା। ବାଇକ୍ ଚୋରି ରାକେଟ୍‌ ଠାରୁ ୧୫ ଟି ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଏନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଅତିରିକ୍ତ ଏସପି ରଞ୍ଜିତ ନାଏକ।


ଗତ ମାସ ୮ ତାରିଖରେ ଖଡ଼ିଆଳ ଥାନା ଗୋଡଧୁଆପଦର୍ ଗାଁର ଜୟଦେବ ପଣ୍ଡା ନାମକ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଥବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ତଦନ୍ତ ଚଳାଇଥିଲା ଖଡ଼ିଆଳ ପୋଲିସ। ନୂଆପଡ଼ା ଏସପି ଙ୍କ ତତ୍ତ୍ଵାବଧାନରେରେ ଖଡ଼ିଆଳ ଥାନା ଆଇଆଇସିଙ୍କ ସହ ସବ ଇନିସପେକ୍ଟର ହରେକୃଷ୍ଣ ଜାନି ଓ ରାଜେଶ୍ ଅଗସ୍ତି ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମେ ଜଣେ ବାଇକ ଚୋରକୁ ଧରି ଅଧିକ ଛାନ ଭିନ କରିଥିଲା ପୋଲିସ। ମୋଟ୍ ୧୫ ଟି ବାଇକ ଜବତ ହୋଇଥିବା ବେଳେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସମସ୍ତ ଅଭିଯୁକ୍ତ ଖଡ଼ିଆଳ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ଆଖପାଖ ପଡୋଶୀ ଜିଲ୍ଲାରୁ ମଧ୍ୟ ଚୋରି କରିଥିବା ତଦନ୍ତରୁ ଜଣାପଡ଼ିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି l ଏହି ମାମଲାରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରି ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଅତିରିକ୍ତ ଏସପି l

Sponsored
15 stolen vehicles seized in Khadiyal Nuapada district | Argus News