15 ବର୍ଷ ବିତିଗଲା, କୋଠାଘର ଟିଏ ହୋଇପାରିଲାନି ନିର୍ମାଣ

ଅର୍ଗସ ବ୍ୟୁରୋ: ବର୍ଷ ପରେ ବର୍ଷ ଗଡୁଛି । ହେଲେ ବଦଳୁନି ଶିକ୍ଷା ବ୍ୟବସ୍ଥାର ଚିତ୍ର ।.. 15 ବର୍ଷ ବିତିଗଲା, କୋଠାଘରଟିଏ ହୋଇପାରିଲାନି ନିର୍ମାଣ । ଖୋଲା ଆକାଶ ତଳେ ଗଢା ଚାଲିଛି ପିଲାଙ୍କ ଭବିଷ୍ୟତ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡାଠୁ ମାତ୍ର 20 କିମି ଦୂରରେ ଥିବା ସାପୁଆପଲ୍ଲୀ ଗାଁ କଥା ।. ଯେଉଁଠି ସ୍କୁଲ୍ ଘର ନଥିବାରୁ
ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷାଦାନ କରାଯାଉଛି । ଗୋଟିଏ ବଖରା ଘରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ 60ରୁ 70 ପିଲାଙ୍କ ବସିବା ସମ୍ଭବ ହେଉନଥିବାବେଳେ କିଛି ପିଲା ଶ୍ରେଣୀ ଗୃହ ବାହାରେ ଗଛ ତଳେ ପାଠ ପଢୁଛନ୍ତି ।
ଖାଲି ସେତିକି ନୁହେଁ, ଖାଲି ଏହି ଗାଁର ପିଲାମାନେ ନୁହେଁ, ଆଖପାଖ 6ଟି ଗାଁ ପେରୁଜୁ, ଆଡିଝୋଲା, ରାମଚନ୍ଦ୍ର ପୁର, ଗୁଡ଼ିପଲ୍ଲି, ବାସୁଦେବପୁର, ନୃଶିଂହବଞ୍ଜରର ପିଲା ବି ଏଠାକୁ ପାଠ ପଢିବାକୁ ଆସିଥାନ୍ତି । ସ୍କୁଲ ଘର ନଥିବାରୁ ପାଠପଢା ଅଧା ଦିନ ବାଧାପ୍ରାପ୍ତ ହେଉଛି। ଯେଉଁଦିନ ଅଙ୍ଗନୱାଡିରେ କିଛି କାର୍ଯ୍ୟକ୍ରମ
ରୁହେ, ସେଦିନ ଗାଁରେ ଥିବା କୋଠା ଘରେ ପିଲାମାନେ ପଢିଥାନ୍ତି । ଜିଲ୍ଲା ପ୍ରଶାସନଙ୍କଠୁ ଆରମ୍ଭ କରି ବିଇଓ,ଜିଲ୍ଲାପାଳଙ୍କୁ ଜଣାଇଲେ ବି କିଛି ସୁଫଳ ନାହିଁ ।