Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ

Odisha

ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ


ଅର୍ଗସ ବ୍ୟୁରୋ: ଜନଜାତି  ଗୌରବ ଦିବସରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ । ସ୍ବାଧିନତାର ସବୁଶ୍ରେୟ ନେବାକୁ ଗୋଟିଏ ଦଳ ଓ ଗୋଟିଏ ପରିବାର ଥିଲା ବ୍ୟଗ୍ର.. ସ୍ବାର୍ଥ ରାଜନୀତି ପାଇଁ  ବୀର ଆଦିବାସୀ ସଂଗ୍ରାମୀଙ୍କ ଗାଥାକୁ ଇତିହାସରେ ଦିଆଯାଇନି ସ୍ଥାନ.. ସେହି ଅନ୍ୟାୟକୁ ଦୁର ପାଇଁ ବଡ ପ୍ରୟାସ ଆରମ୍ଭ କରିଛନ୍ତି ମୋଦି ସରକାର.. ଜନଜାତି ଗୌରବ ଦିବସର ଦେଶ ପାଇଁ ବଳିଦାନ ଦେଇଥିବା  ବିର୍ସା ମୁଣ୍ଡାଙ୍କ ସମେତ ଅସଂଖ୍ୟା ସଂଗ୍ରାମୀଙ୍କୁ ମନେପକାଇଥିଲେ ମୋଦି ।

ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ ଅବସରରେ ତାଙ୍କ ବିରତ୍ବର ଗାଥାକୁ ମନେ ପକାଇଥିଲେ ମୋଦି....ବିହାର ଜମୁଇରେ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ କରିଥିଲେ ଶ୍ରଦ୍ଦା ସୁମନ ଅର୍ପଣ.. ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ ।  ୬ ହଜାର ୬୪୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ।  ଆଜି  ଦେଢଲକ୍ଷ ଆଦିବାସୀଙ୍କୁ ପକ୍କାଘର ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ କରିସାରିଥିବା 11 ହଜାର ଆଦିବାସୀ ଗୃହ ପ୍ରବେଶ କରିଥିଲେ.. ଗତବର୍ଷ ଏହି ବିର୍ସା ମୁଣ୍ଡାଙ୍କ ଜନ୍ଣସ୍ଥାନ ଝାଡଖଣ୍ଡର ଉଲିହାତୁ ଯିବା ବେଳେ ସେତେବଳର ସୃତିକୁ ଆଜି ନିଜ ସୋସିଆଲ ମେଡିଆ ଆକାଉଣ୍ଟରେ ପୋଷ୍ଟ କରିଥନ୍ତି ପ୍ରଧାନମନ୍ତ୍ରୀ..2000 ମସିହା ଆଜିର ଦିନରେ ଝାଡଖଣ୍ଡ ନୂଆ ରାଜ୍ୟର ମାନ୍ୟତା ପାଇଥିବାରୁ ଝାଡଖଣ୍ଡ ବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ  ମୋଦି
ଆମ୍ବିଆନସ ।

ଏନଡିଏ ସମୟରେ ଆଦିବାସୀଙ୍କ ବିକାଶ ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ତାର ହିସାବ ରଖିଥିଲେ ମୋଦି .. ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା  ସ୍ବତନ୍ତ୍ର ଜନଜାତି ମନ୍ତ୍ରାଳୟରୁ ନେଇ ଆରମ୍ଭ କରି 60 ହଜାର ଗାଁର ବିକାଶ ପାଇଁ ଆରମ୍ଭ ହୋଇଥିବା  ଧରତୀ ଆବା  ଜନଜାତୀୟ ଗ୍ରାମ୍ୟ ଉତ୍କଷ ଅଭିଯାନର ଅବତାରଣା କରିଥିଲେ.. ଏହି ଯୋଜନାରେ 80 ହଜାର କୋଟି ଖର୍ଚ୍ଚ କରାଯାଇ ଆଦିବାସୀଙ୍କ ପାଇଁ ଜରୁରୀ ସୁବିଧା,  ରୋଜଗାର,ପ୍ରଶିକ୍ଷଣ ଓ ବଜାର ସୁବିଧାର ବ୍ୟବସ୍ଥା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜନଜାତି ଗୌରବ ଦିବସରେ ପ୍ରଥମ ମହିଳା ଆଦିବାସୀ  ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।  କହିଥିଲେ ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା । ।  ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ୍‌ ଜନମନ ଯୋଜନା ଆରମ୍ଭ ହୋଇଛି । କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ ପାଇଁ ବଜେଟରେ 25 ହଜାର କୋଟି ବରାଦ କରାଯାଉଥିବା ବେଳେ  ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ବଜେଟ ୧.୨୫ଲକ୍ଷ କୋଟି ଛୁଇଁଛି ।

ସେପଟେ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୂର୍ତ୍ତିର ଉଚ୍ଚତା୨୦ ଫୁଟ ଓ ଓଜନ ୩ ହଜାର କିଲୋ ରହିଛି।

Education Next Season 5
Sponsored
150th birth anniversary of Lord Birsa Munda | Argus News