Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସର୍ଭେରୁ ଧରାପଡ଼ିଲେ ୧୫୭ ପୁରୁଷ, 'ସୁଭଦ୍ରା' ପାଇଁ କରିଥିଲେ ଆବେଦନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସର୍ଭେରୁ ଧରାପଡ଼ିଲେ ୧୫୭ ପୁରୁଷ, 'ସୁଭଦ୍ରା' ପାଇଁ କରିଥିଲେ ଆବେଦନ

Key Points

'ସୁଭଦ୍ରା' ଲାଗି ଆବେଦନ କରିଛନ୍ତି ପୁରୁଷ

ଯାଞ୍ଚ ବେଳେ ଧରାପଡ଼ିଲେ ୧୫୭ ଜଣ ପୁରୁଷ


ଭୁବନେଶ୍ଵର: ମହିଳାଙ୍କ ଲାଗି ମୋହନ ସରକାରଙ୍କ ଫ୍ଲାଗସିପ୍ ଯୋଜନା 'ସୁଭଦ୍ରା' ପାଇବା ଲାଗି ଆବେଦନ କରିଛନ୍ତି ପୁରୁଷ । 'ସୁଭଦ୍ରା' ଯୋଜନାର ସର୍ଭେ ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । 'ସୁଭଦ୍ରା' ପାଇବା ଲାଗି ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଥିବା ଯାଞ୍ଚ ବେଳେ ଧରାପଡ଼ିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 


ସର୍ଭେ ସମୟରେ ୧୫୭ ଜଣ ପୁରୁଷ 'ସୁଭଦ୍ରା' ଆବେଦନ କରିଥିବା ଜଣାପଡ଼ିଛି । ଆଧାର କାର୍ଡ ଓ ବ୍ୟାଙ୍କ ବିବରଣୀ ଯାଞ୍ଚ ବେଳେ ଏହା ଜଣାପଡ଼ିଛି । ଯାଞ୍ଚ ବେଳେ ସେମାନଙ୍କୁ ବାଦ ଦିଆଯାଇଛି । ଅନେକ ସମୟରେ ପୁଅଝିଅ ନାଁ ଏକ ଥିବାରୁ ଏଭଳି ହୋଇଥିବା ସନ୍ଦେହ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।


ତେବେ ପ୍ରବାସୀ ଭାବେ ରାଜ୍ୟ ବାହାରେ ରହୁଥିବା ଅନେକ ଯୋଗ୍ୟ ମହିଳା ହିତାଧିକାରୀ 'ସୁଭଦ୍ରା'ରୁ ବଞ୍ଚିତ ହୋଇଥିବା କହିଛନ୍ତି ପ୍ରଭାତୀ ପରିଡ଼ା । ସେମାନେ ରାଜ୍ୟ ବହାରେ ଥିବାରୁ ଆବେଦନ କରି ପାରି ନାହାନ୍ତି । ଘରକୁ ଯାଇ ଅଙ୍ଗନବାଡ଼ି ଦିଦି ଫେରୁଛନ୍ତି । ପ୍ରବାସୀ ମହିଳା ମାନେ କିପରି 'ସୁଭଦ୍ରା' ଟଙ୍କା ପାଇବେ ସେ ନେଇ ସରକାର ପ୍ରୟାସ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁସାରେ, ଗଞ୍ଜାମରେ ସର୍ବାଧିକ ପ୍ରବାସୀ ମହିଳା ଏବେ ଯାଏଁ 'ସୁଭଦ୍ରା'ରେ ଅନ୍ତର୍ଭୁକ୍ତ ହୋଇ ପାରି ନାହାନ୍ତି । ସେହିଭଳି କୋରାପୁଟ, ଅନୁଗୁଳ, ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ମଧ୍ୟ ସଂଖ୍ୟା ଅଧିକ ରହିଛି । ସେମାନେ ଯଥାଶୀଘ୍ର ଆବେଦନ କରି ଯୋଜନାର ଲାଭ ଉଠାଇବା ଦରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।


'ସୁଭଦ୍ରା' ପାଇଁ ଏଯାବତ୍ ୧ କୋଟି ୭ ଲକ୍ଷରୁ ଅଧିକ ଆବେଦନ ହୋଇଛି । ସେଥିରୁ ୧ କୋଟି ୪ ଲକ୍ଷ ମହିଳା ଯୋଗ୍ୟ ହିତାଧିକାରୀଙ୍କୁ ୩ଟି ପର୍ଯ୍ୟାୟରେ ମିଳିଛି 'ସୁଭଦ୍ରା'ର ପ୍ରଥମ କିସ୍ତି । ଜାନୁଆରୀ ଶେଷ ସୁଦ୍ଧା 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ।

Sponsored
157 Men Found Who Applied For Subhadra | Argus News