Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Accident / ୨୦୨୫ରେ ଦୁର୍ଘଟଣାରେ ଯାଇଛି ୧୫୭ ଜଣଙ୍କ ଜୀବନ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
୨୦୨୫ରେ ଦୁର୍ଘଟଣାରେ ଯାଇଛି ୧୫୭ ଜଣଙ୍କ ଜୀବନ
Accident

Key Points

ସହରରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ନଥିବା ବେଳେ ସ୍ପିଡ୍ ବ୍ରେକର ବା ରମ୍ବଲର ମଧ୍ୟ ନାହିଁ ।

ପର୍ଯ୍ୟଟନ ନଗରୀକୁ ଟ୍ରାଫିକ ଚିନ୍ତା । ଭିଡରେ ଅଣ ନିଶ୍ୱାସୀ ପୁରୀବାସୀ, ପର୍ଯ୍ୟଟକ ଓ ଭକ୍ତ । ବଡଦାଣ୍ଡରେ ଦୁର୍ଘଟଣା ପରେ ପୋଲିସର ଚିନ୍ତା ବଢ଼ିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ସହରରେ ଟ୍ରାଫିକ ସମୀକ୍ଷା ହୋଇଛି । ନିଷ୍ପତ୍ତି ଅନୁସାରେ ଲାଗିବ ରମ୍ବଲର, ବଢ଼ିବ ଟ୍ରାଫିକ ପୋଷ୍ଟ । ରିପୋର୍ଟ ଅନୁସାରେ ପୁରା ଜିଲ୍ଲାରେ ଗତ ଦୁଇ ବର୍ଷରେ ସଡ଼କ ଦୁର୍ଘଟଣାରେ ଯାଇଛି ୩୪୦ ଜୀବନ ।

ପର୍ଯ୍ୟଟନ ନଗରୀକୁ ଟ୍ରାଫିକ ଚିନ୍ତା । ଟ୍ରାଫିକ ଭିଡରେ ଅଣ ନିଶ୍ବାସୀ ଭକ୍ତ ଓ ପର୍ଯ୍ୟଟକ । ଅତିରିକ୍ତ ଏସପି ରାଙ୍କର ଅଧିକାରୀ କରୁଛନ୍ତି ଟ୍ରାଫିକ ସମୀକ୍ଷା। ନୂଆ ନିଷ୍ପତ୍ତି ଅନୁସାରେ ବଢିବ ଟ୍ରାଫିକ ପୋଷ୍ଟ, ଲାଗିବ ରମ୍ବଲର । ଗତ ଦୁଇ ତାରିଖରେ ବଡ଼ଦାଣ୍ଡରେ ଘଟିଥିବା ଅଘଟଣା ପରେ ବଢ଼ିଛି ପୋଲିସର ଚିନ୍ତା ।

ଏକ ନାବାଳକକୁ ଦୁଇ ଚକିଆ ଗାଡ଼ିରେ ବସାଇ ନେବା ବେଳେ ଜେଜେ ଓ ନାତି ଉଭୟଙ୍କୁ ଘୋଷାରି ନେଇଥିଲା ବୋଲେରୋ ଗାଡ଼ି । ଦିନକୁ ଦିନ ସହରରେ ଭିଡ ବଢୁଥିବା ବେଳେ ଟ୍ରାଫିକ ସୁପରିଚାଳନା ପୋଲିସ ପାଇଁ ମୁଣ୍ଡ ବିନ୍ଧା ବଢାଇଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଚାଲିଛି ସହରରେ ଟ୍ରାଫିକ ସମୀକ୍ଷା । ସହରରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ନଥିବା ବେଳେ ସ୍ପିଡ୍ ବ୍ରେକର ବା ରମ୍ବଲର ମଧ୍ୟ ନାହିଁ । ଏଥିପାଇଁ ଅଣ୍ଟା ଭିଡିଛି ପୋଲିସ ।

ପୁରୀରେ ଯେତିକି ପର୍ଯ୍ୟଟକ ବଢିଛନ୍ତି, ଗାଡ଼ି ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଛି । ୨୦୨୩ ସୁଦ୍ଧା ପୁରୀରେ ଗଡୁଛି ୨ ଲକ୍ଷ ୧୭ ହଜାର ୫୬୦ ଗାଡ଼ି । କେବଳ ଅଟୋ ସଂଖ୍ୟା ୫୨୧୪ ରହିଛି । ୨ ଲକ୍ଷ ୩ ହଜାର ୩ ଶହ ୭୮ ମଟର ସାଇକେଲ ମଧ୍ୟ ଗଡୁଛି । ଦୁଇ ବର୍ଷରେ ଯାଇଛି ୩୪୦ ମୁଣ୍ଡ । ୨୦୨୩ ରେ ୧୬୯ ଓ ୨୦୨୪ ରେ ୧୭୧ ମୁଣ୍ଡ ଦୁର୍ଘଟଣାରେ ଯାଇଛି। ୨୦୨୪ ରେ ୫୫୮ ଦୁର୍ଘଟଣା କେସ ରହିଥିବା ବେଳେ ୨୦୨୩ ରେ ରହିଥିଲା ୫୧୬ । ୨୦୨୫ରେ ଦୁର୍ଘଟଣାରେ ଯାଇଛି ୧୫୭ ଜଣଙ୍କ ଜୀବନ । ପୁରୀର ଦିଗବାରେଣି, ବଡଶଙ୍ଖ, ବଳଗଣ୍ଡି, ଷ୍ଟେସନ୍ ଛକ ଭଳି ଗହଳି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନଜରରେ ରଖିଛି ପୋଲିସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Accident | 157 people lost their lives in accidents in 2025 Onlu Puri | Argus News